କନକ ବ୍ୟୁରୋ : ରାଜ୍ୟରେ ସାର ସଙ୍କଟ, ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅନେକ ଦିନ ଧରି ଲାଗି ରହିଥିବା ସାର ସଙ୍କଟକୁ ନେଇ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ଖାଦ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ଅନ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସ୍ରେ ସାର କଳାବଜାରୀ ମଧ୍ୟ ଅଭିଯୋଗ ଆସିଛି । ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗର ଚିଠି କରିଥିଲା । କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ସଙ୍କଟର ସମୀକ୍ଷା କରିବେ । ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ସାର କଳାବଜାରୀର ଖବର ସାମ୍ନାକୁ ଆସୁଛି। ଚାଷୀ ମାନେ ସାର ପାଇଁ ଦିନରାତି ଏକ କରି ଧାଡ଼ି ଲଗାଉଥିଲେ ମଧ୍ୟ ସାର ମିଳୁନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/11/20-2025-09-11-11-12-08.jpg)