କନକ ବ୍ୟୁରୋ: ମିସନ ମୋଡରେ ହସ୍ତତନ୍ତକୁ ଆଗକୁ ନେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ବଲିଉଡ କୁଇନ ମାଧୁରୀ ଦୀକ୍ଷିତଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ କଲେ ରାଜ୍ୟ ସରକାର । ବିଶ୍ବସ୍ତରରେ  ଏହାର ପରିଚୟ ପାଇଁ ବର୍ଷଟେ ପାଇଁ ମାଧୁରୀଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ କରିଛନ୍ତି । ଏଥିସହ ୭ହଜାର ୮୦୮ କୋଟି ଟଙ୍କାର ୩୩ଟି ଏମଓୟୁ ସ୍ବାକ୍ଷର କରିଛନ୍ତି ସରକାର । ଏହାଦ୍ବାରା ୩୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ନକଲି ହାଣ୍ଡଲୁମକୁ ନେଇ ବିଭାଗ ସଚେତନ ଥିବା କହିଛି । ଆଗକୁ ଏହାର ଡୁପ୍ଲିକେଶି ନ ହୁଏ ବିଭାଗୀୟ ଅଧିକାରୀ ତାହାର କାମ କରୁଚି । ଡୁପ୍ଲିକେଟ୍ କରୁଥିବା ଲୋକଙ୍କ ବିରୁଦ୍ଧରେ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି । ଜାତୀୟ ହସ୍ତତନ୍ତ ଦିବସ ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏକତା କାର୍ଯ୍ୟକ୍ରମରେ ବଲିଉଡ୍‌ ସୁନ୍ଦରୀ ମାଧୁରୀ ଦିକ୍ଷୀତ୍, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ଥିଲେ ।