କନକବ୍ୟୁରୋ : ରାଜ୍ୟରେ ଥମୁନି ହାତୀ ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ଏକ ଗୁଳିବିଦ୍ଧ ହାତୀର ଗଳିତ ମୃତଦେହ ଠାବ ହୋଇଛି । ରାସୋଳ ସେକ୍ସନ ପଶାସିଂହ ବିଟ ହାଉସ ନିକଟରେ ହାତୀର ଗଲିତ ମୃତଦେହ ଠାବ ହୋଇଛି । ହାତୀକୁ ଶିକାରୀ ଗୁଳିକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶିକାରୀ ଗୁଳି କରି ହତ୍ୟା କରିବା ପରେ ଦାନ୍ତ କାଟି ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ହାତୀ ଛୁଆର ମୃତ୍ୟୁ ୪, ୫ ଦିନ ତଳୁ ହୋଇଥିବା ଅନୁମାନ କରାଯାଉଛି। ବଡ଼ କଥା ହେଉଛି ହାତୀ ମୃତ୍ୟୁ ବନ ବିଭାଗ ବିଟ୍ ହାଉସ ନିକଟରୁ ମାତ୍ର ଗୋଟେ କିଲୋମିଟର ଦୂରରେ ଘଟିଛି। ଯାହା ବନବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀ ମୃତ୍ୟୁ ନେଇ ଖବର ପାଇ ବନାଞ୍ଚଳ ଅଧିକାରୀ ଏବଂ ଫରେଷ୍ଟ ଏବଂ କର୍ମଚାରୀ ମନେ ପହଂଚି ଅନୁଧ୍ୟାନ କରୁଛନ୍ତି। ଦୁଇଟି ସ୍ଥାନରେ ଗୁଳି ବାଜିଥିବାର ପ୍ରାଥମିକ ଭାବେ ଜଣାପଡୁଛି। ପୋଷ୍ଟ ମାର୍ଟମ୍ ପରେ ସଠିକ ଭାବେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି। ତେବେ ଏ ସଂକ୍ରାନ୍ତ ରେ ବନ ବିଭାଗ କୌଣସି ସ୍ପଷ୍ଟୀକରଣ ଦେଉନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/09/1-2025-10-09-11-57-48.jpg)