କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା କଥା ସେ କହିଛନ୍ତି । ତାଙ୍କ ସୂଚନା ମୁତାବକ ୫ ବର୍ଷ କାର୍ଯ୍ୟକାଳ ସରିଲେ ପଞ୍ଚାୟତ ନିର୍ବାଚନ କରାଯିବ । ଏନେଇ ସବଡିଭିଜନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୦ ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ବୁଥ୍ ଓ ବାଲାଟ୍ ପେପର ଭଳି ଆବଶ୍ୟକୀୟ ଜିନିଷ ଉପରେ ସବିଶେଷ ଆଲୋଚନା ହୋଇଥିବା ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଉପନିର୍ବାଚନ ନେଇ କୌଣସି ଆଲୋଚନା ହୋଇନଥିବା କଥା ସେ କହିଛନ୍ତି । ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଆଗୁଆ ନିର୍ବାଚନକୁ ସେ ଅଗ୍ରାହ୍ୟ କରିଛନ୍ତି ।
ଅଧିକ ପଢ଼ନ୍ତୁ :ମନମୋହନ ସାମଲଙ୍କ ବଡ଼ ବୟାନ; କହିଲେ, ଆଗୁଆ ହେବ ପଞ୍ଚାୟତ ନିର୍ବାଚନ
ସେପଟେ ବିଜେପି ରାଜ୍ୟ ସଭାପତି ଗତକାଲି କହିଥିଲେ କି, ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟର ୩ ରୁ ୪ ମାସ ପୂର୍ବରୁ କରାଯିବ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । କିନ୍ତୁ ରାଜ୍ୟ ବିଜେପି ସଭାପତିଙ୍କ ବୟାନକୁ ଖଣ୍ଡନ କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ।
Follow Us