କନକ ବ୍ୟୁରୋ : ସରକାରଙ୍କୁ ରାଜ୍ୟ ଡାକ୍ତର ସଂଘ- ଓମସାରର ଖୋଲା ଚେତାବନୀ । ସରକାର ତୁରନ୍ତ ସେମାନଙ୍କ ଦାବି ପୂରଣ ନକଲେ ଅକ୍ଟୋବର ୨୧ରୁ OPD ରେ କଳା ଟି- ସାର୍ଟ ପିନ୍ଧି କରିବେ ସାଙ୍କେତିକ ଧର୍ମଘଟ । ତା' ସତ୍ତ୍ୱେ ଦାବି ପୂରଣ ନହେଲେ ନଭେମ୍ବର ୩ ରୁ ରାଜ୍ୟବ୍ୟାପୀ OPD ବୟକଟ୍ ପାଇଁ ଚରମବାଣୀ ଶୁଣାଇଛି ଓମ୍ସା । ପୂର୍ବରୁ ୧୮ ଦଫା ଦାବି ରଖିଛି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍। ଗତ ଜୁଲାଇ ୨୦ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ଓମ୍ସା ନେତୃବର୍ଗଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ସଂଘର ଦାବିଗୁଡ଼ିକ ପୂରଣ ଲାଗି ପ୍ରତିଶ୍ରୁତି ମିଳିଥିଲା । ହେଲେ ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଓମ୍ସା ଅଭିଯୋଗ କରିଛି । ଗତ ସେପ୍ଟେମ୍ବର ମାସରେ ଓମ୍ସାର କେନ୍ଦ୍ରୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ରାଜ୍ୟ ସରକାରଙ୍କୁ ଗୋଟିଏ ମାସର ମହଲତ ଦିଆଯାଇଥିଲା । ସେହି ଅନୁସାରେ ଦାବି ପୂରଣ ନହେଲେ ଅକ୍ଟୋବର ୨୧ରୁ ପ୍ରଥମେ ସାଙ୍କେତିକ ଧର୍ମଘଟ ଓ ନଭେମ୍ବର ୩ରୁ ଓପିଡ଼ି ବର୍ଜନ ପାଇଁ ଓମ୍ସା ଚେତାବନୀ ଦେଇଛି ।
ସରକାରଙ୍କୁ ରାଜ୍ୟ ଡାକ୍ତର ସଂଘ- ଓମ୍ସାର ଖୋଲା ଚେତାବନୀ
ଦାବି ପୂରଣ ନହେଲେ ଅକ୍ଟୋବର ୨୧ରୁ ସାଙ୍କେତିକ ଧର୍ମଘଟ
OPDରେ କଳା ଟି- ସାର୍ଟ ପିନ୍ଧି କରିବେ ସାଙ୍କେତିକ ଧର୍ମଘଟ
ତା' ସତ୍ତ୍ୱେ ଦାବି ପୂରଣ ନହେଲେ ନଭେମ୍ବର ୩ ରୁ ରାଜ୍ୟବ୍ୟାପୀ OPD ବର୍ଜନ ଚେତାବନୀ
୧୮ ଦଫା ଦାବି ରଖିଛି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ
ଜୁଲାଇ ୨୦ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ ଓମ୍ସା ନେତୃବର୍ଗ
ସଂଘର ଦାବିଗୁଡ଼ିକ ପୂରଣ ଲାଗି ପ୍ରତିଶ୍ରୁତି ମିଳିଥିଲା
ହେଲେ ଦାବିପୂରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଓମ୍ସାର ଅଭିଯୋଗ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/09/omsa-2025-10-09-07-22-08.jpg)