କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବରେ ବାଜିଛି ମୋହର । କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶିଳ୍ପ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ରାଜସ୍ବ ଆଦି ବିଭାଗର ପ୍ରସ୍ତାବ ଅନୁମୋଦନ ଲାଭ କରିଛି।  ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି ପ୍ରସ୍ତାବରେ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।  

Advertisment
  • ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ନିର୍ମାଣ ହେବ ବିଶ୍ବ ଦକ୍ଷତା କେନ୍ଦ୍ର
  • ସମ୍ବଲପୁରରେ କୃଷି କ୍ଷେତ୍ରରେ ଦକ୍ଷ ହେବ
  • ସିଙ୍ଗାପୁର ଏଜେନ୍ସି ସାଜିବ ନଲେଜ ପାର୍ଟନର, ୬୦ ହଜାର ଯୁବକ ଉପକୃତ ହେବେ 
  • ଦିବ୍ୟାଙ୍ଗ, ମହିଳା, ଏସସି ଏସଟିଙ୍କୁ ପ୍ରାଧାନ୍ୟ ଦିଆଯିବ
  • ୫ଟି ସରକାରୀ ଆଇଟିଆଇକୁ ଉତ୍କର୍ଷ ଆଇଆଇଟି ଭାବେ ଉନ୍ନିତ କରାଯିବ
  • ଗୋପାଳପୁରରେ ହେବ ଟାଟା ସୋଲାର ସେଲ୍, ଖର୍ଚ୍ଚ ହେବ ୧୦ ହଜାର କୋଟି
  • ୫ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ହେବେ 
  • ଓଡିଶା ପର୍ଯ୍ୟଟନ ନୀତିରେ ପରିବର୍ତ୍ତନ, ମହିଳାଙ୍କ ପାଇଁ ୪୦ ପ୍ରତିଶତ ସବସିଡି ପ୍ରଦାନ କରାଯିବ
  • ୫୦ ରୁମ୍‌ ବିଶିଷ୍ଟ ହୋଟେଲ ପରିବର୍ତ୍ତେ ୧୦ଟି ରୁମ ଥିବା ହୋଟେଲକୁ ଦିଆଯିବ ଇଆଇଏସ୍
  • ଓଡିଶାର ଖାଦ୍ୟକୁ ବାହାରେ ପ୍ରମୋଟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ
  • ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ, ନାବାଳକଙ୍କ ନାଁରେ ଜାରି ହେବନି ସ୍ବତନ୍ତ୍ର ରାସନ କାର୍ଡ
  • ନିଷ୍କ୍ରିୟ ଓ ଅଯୋଗ୍ୟ ରାସନ କାର୍ଡ ହେବ ରଦ୍ଦ
  • ମୃତ ରାସନକାର୍ଡଧାରୀଙ୍କ ବାବଦରେ ତଥ୍ୟ ଦେବା ପରିବାର ପାଇଁ ବାଧ୍ୟତାମୂଳକ 
  • ମୃତ ରାସନକାର୍ଡଧାରୀଙ୍କ ନାଁରେ ରାସନ ଉଠାଇଲେ ଗଣିବେ ଦେଢ ଗୁଣା ଜରିମାନା