କନକ ବ୍ୟୁରୋ : ନବୀନଙ୍କ ବେଇମାନ ଆକ୍ଷେପରେ କାଉଣ୍ଟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଲେ ମନମୋହନ । କହିଲେ , ପ୍ରଥମେ ଆତ୍ମସମୀକ୍ଷା କରୁ ବିଜେଡି । ଆମେ ପଜିଟିଭ୍ ମନବୃତ୍ତିରେ ନିର୍ବାଚନ ବାତାବରଣ ସଂକଳ୍ପ ନେଇ ଚାଲିଛୁ । କିନ୍ତୁ ବିଜେଡି ନିଜେ କ’ଣ କରିଛି ନକହି , ଶସ୍ତା କଥା କହି ନିର୍ବାଚନ ବୈତରଣୀ ପାରି ହେବାକୁ ଚାହୁଛି । ସେ ଏମିତି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯାହାକୁ ଯେତେ ନିନ୍ଦା କଲେ ବି କମ୍‌ ହେବ । କାହାର ଭାବାବେଗ ସହ ଖେଳିବା ଉଚିତ୍ ନୁହେଁ । ଆଦିବାସୀ , ଦଳିତ , ହରିଜନ ଏମାନେ ସମସ୍ତେ ମଣିଷ । 

Advertisment

ସେ ଆହୁରି ମଧ୍ୟ କହିଛନ୍ତି , ବିଜେଡି କାହାକୁ ବେଇମାନ କହିବା ପୂର୍ବରୁ ପ୍ରଥମେ ମାର୍ଚ୍ଚ ୭, ୨୦୦୯ ମସିହାକୁ ସ୍ମରଣ କରିବା ଉଚିତ୍‌ । ସେମାନେ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । ବିଜେଡି ୨୪ ବର୍ଷରେ କ’ଣ କରିଛି ତାହା କହୁ । ବ୍ୟକ୍ତିଗତ ଆକ୍ଷେପ କରିବା ବନ୍ଦ କରୁ । ଏ ଅଞ୍ଚଳ ଏକ ନମ୍ବର ଅଞ୍ଚଳ ହେବ , ଏ ନମ୍ବର ଜିଲ୍ଲା ହେବ , ଏ କଥା ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଆମ ସରକାର ସବୁ କାମ କରିବା ପାଇଁ ଏବଂ ରାଜ୍ୟର ବିକାଶ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । 

ଅଧିକ ପଢ଼ନ୍ତୁ--କାହାକୁ ଦରଦ ଦେଖାଇବେ ନୂଆପଡ଼ା ଭୋଟର? ନୂଆପଡ଼ାରେ କିଙ୍ଗମେକର ସାଜିବ ‘ସିମ୍ଫାଥି ଭୋଟ୍’

ନୂଆପଡ଼ା ଉପନିର୍ବାଚନର ପ୍ରଚାରର ଆଜି ଶେଷ ଦିନ , ଭୋଟର୍‌ମାନେ ଯେଉଁ ପ୍ରକାର ସହଯୋଗ କଲେ ,ସେମାନଙ୍କ ଉତ୍ସାହ ଆଉ ଶାନ୍ତିପୂର୍ଣ୍ଣ ପରିସ୍ଥିତି ଯୋଗୁଁ ଧନ୍ୟବାଦ । ଏହା ବ୍ୟକ୍ତିଗତ ଲଢ଼େଇ ନୁହେଁ , ବିଚାରଧାରାର ଲଢ଼େଇ । ଆମର ଲକ୍ଷ୍ୟ ନୂଆପଡ଼ାର ବିକାଶ ହେଉ । ଓଡ଼ିଶାର ଜନସାଧରଣ ଆମକୁ ୨୦୨୪ ନିର୍ବାଚନରେ ଜିତାଇଥିଲେ ଏବଂ ବିଧାନସଭାରେ ସରକାର ଗଢ଼ିବାରେ ସୁଯୋଗ ଦେଲେ । ସେବେଠାରୁ ଭାରତୀୟ ଜନତା ପାର୍ଟି ଗୋଟି ଗୋଟି ସବୁ କରିଥିବା ସଂକଳ୍ପ ପୂରଣ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।