କନକ ବ୍ୟୁରୋ: ରାଜ୍ୟ ବିଜେପି ସାଙ୍ଗଠନିକ ନିର୍ବାଚନ ପ୍ରସ୍ତୁତି । ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସହ-ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । । ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ ସଭାପତି ସୁକେଶି ଓରାମ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କୁ ସହ-ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଚଳିତ ମାସରେ ସଦସ୍ୟତା ସାରିବା ପରେ ଆରମ୍ଭ ହେବ ସାଙ୍ଗଠନିକ ନିର୍ବାଚନ । ବୁଥ ସଭାପତିଠୁ ଆରମ୍ଭ କରି ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ନବ ନିର୍ବାଚିତ ହେବେ।