କନକବ୍ୟୁରୋ : ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଦସ୍ୟତା ଅଭିଯାନ, ସକ୍ରିୟ ସଦସ୍ୟତା ଅଭିଯାନ ପରେ ଏବେ ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି କରାଯାଇଛି ।

Advertisment

 ଏଥିପାଇଁ ରାଜ୍ୟ କାର୍ଯ୍ୟାଳୟରେ ସଙ୍ଗଠନ ପର୍ବ-୨୦୨୪ ରାଜ୍ୟ କର୍ମଶାଳା ଆୟୋଜନ କରିଛି ଦଳ । ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟ ସଭାପତିଙ୍କଠୁ ଆରମ୍ଭ କରି ସବୁ ନେତୃବୃନ୍ଦ ସାମିଲ ହେବେ ।

କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ପଦାଧିକାରୀ ଏବଂ ସାଙ୍ଗଠନିକ ନିର୍ବାଚନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।