କନକ ବ୍ୟୁରୋ : ବିଜେପି ନେତ୍ରୀ ସୁନୀତି ମୁଣ୍ଡଙ୍କୁ ଦଳ ନିଲମ୍ବନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର। କହିଛନ୍ତି, ଦଳୀୟ ଅନୁଶାସନ ଯିଏ ଭାଙ୍ଗିବ ବରଦାସ୍ତ କରାଯିବନାହିଁ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ । ଗତକାଲି ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ନେତ୍ରୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ୱିତ କରିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସୁନୀତିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୁନୀତି ମୁଣ୍ଡ ଭୁବନେଶ୍ବର ମହାନଗର ନିଗମ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କଠାରୁ ହାରିଯାଇଥିଲେ। ବିଧାନସଭା ନିର୍ବାଚନ ସମୟରେ ଭଣ୍ଡାରୀପୋଖରୀ ବିଜେପି ପ୍ରାର୍ଥୀ ସୁଧାଂଶୁ ନାୟକଙ୍କୁ ୨୦ ଲକ୍ଷ ଟଙ୍କା ଠକିଥିବା ନେଇ ସୁନୀତିଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହା ପରେ ସୁନୀତି ମୁଣ୍ଡ ବିବାଦୀୟ ହୋଇପଡିଥିଲେ । ଏ ନେଇ ଖୋଦ୍ ସୁଧାଂଶୁ ନାୟକ ବନ୍ତ ଥାନାରେ ସୁନୀତି ଓ ତାଙ୍କର ଜଣେ ସହଯୋଗୀଙ୍କ ନାଁରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଏହା ସହ ଦଳ ବିରୋଧୀ କାମ ପାଇଁ ଖୋର୍ଦ୍ଧାର ୫ ଜଣ ନେତାଙ୍କୁ ନିଲମ୍ୱିତ କରିଛି ବିଜେପି ।