ସାରା ରାଜ୍ୟରେ ଅଚଳ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍ ସେବା: କେଉଁଠି ଏଟିଏମ୍ ଖୋଲା, ଟଙ୍କା ଉଠୁନି ; ଆଉ କେଉଁଠି ନାହିଁ ଲିଙ୍କ

Advertisment

ସବୁଠି ଅଚଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ସେବା। କେଉଁଠି ଏଟିଏମ୍ ଖୋଲା, ଟଙ୍କା ବାହାରୁନି। ଫଳରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଯୁଗରେ ଲୋକକମାନେ ପାଖରେ ଅଧିକ କ୍ୟାସ୍ ରଖିନଥାନ୍ତି।

ସବୁଠି ଅଚଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ସେବା। କେଉଁଠି ଏଟିଏମ୍ ଖୋଲା, ଟଙ୍କା ବାହାରୁନି। ଫଳରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଯୁଗରେ ଲୋକକମାନେ ପାଖରେ ଅଧିକ କ୍ୟାସ୍ ରଖିନଥାନ୍ତି।

cs

Photograph: (kanak news)

କନକ ବ୍ୟୁରୋ: ସବୁଠି ଅଚଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ସେବା। କେଉଁଠି ଏଟିଏମ୍ ଖୋଲା, ଟଙ୍କା ବାହାରୁନି। ଫଳରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଯୁଗରେ ଲୋକକମାନେ ପାଖରେ ଅଧିକ କ୍ୟାସ୍ ରଖିନଥାନ୍ତି। ଆବଶ୍ୟକସ୍ଥଳରେ ଏଟିଏମ୍‌ରୁ ଟଙ୍କା ଉଠାଇଥାନ୍ତି। ହେଲେ ଏଇ କିଛି ଦିନ ହେବ ଏସବିଆଇ ଏଟିଏମ୍ ଲୋକଙ୍କୁ ନାକରେ ପାଣି ପିଆଇ ସାରିଲାଣି। 

କେଉଁଠି ଏଟିଏମ୍‌ରେ ସଟର ପଡ଼ିଛି ତ ଆଉ ଯେଉଁଠି ଘର ଖୋଲା କିନ୍ତୁ ଟଙ୍କା ବାହାରୁନି। ଅନେକ ସ୍ଥାନରେ ଲିଙ୍କ ନଥିବା ଦର୍ଶାଉଛି ଏଟିଏମ୍‌। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଡିଜିଟାଲ ଟ୍ରାଞ୍ଜାକସନ୍ ହେଉଥିଲେ ମଧ୍ୟ ଟଙ୍କା ଉଠାଣ ନେଇ ନାକେଦମ୍ ହେବାକୁ ପଡୁଛି। ଏସବିଆଇରେ ଆକାଉଣ୍ଟ ଥିବା ବେଳେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। 

ଉପକୂଳ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସବୁଠି ଗୋଟିଏ ପରିସ୍ଥିତି। ଖୋର୍ଦ୍ଧା, ଜଗତସିଂହପୁର, ଅସ୍ତରଙ୍ଗ, ଯାଜପୁର ଓ ଜୟପୁରରେ ଥିବା ସମସ୍ତ ଏସବିଆଇ ଏଟିଏମ୍‌ ଅଚଳ ହୋଇପଡ଼ିଛି। ଟଙ୍କା ଉଠାଇବା ଏବଂ ପାସବୁକ୍‌ ଅପଡେଟ୍‌ ପାଇଁ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳୁଛି। ଯାଜପୁରର ବ୍ୟାସନଗର, ପାଣିକୋଇଲି, କୋରେଇ, ଆଦି ଅଞ୍ଚଳରେ ସମସ୍ୟା ଭୋଗିବାକୁ ପଡୁଛି। ଖୋର୍ଦ୍ଧାରେ ଡାକ୍ତରଖାନାକୁ ଆସିଥିବା ରୋଗୀ ଟଙ୍କା ଉଠାଇ ନପାରି ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି।

କାହିଁକି ଏଟିଏମ୍‌ରେ ପଡ଼ିଛି ତାଲା?
କେଉଁଠି ରହିଛି ଅସୁବିଧା?
ଏସବିଆଇ ଏଟିଏମ୍ ଅଚଳ ପାଇଁ ଦାୟୀ କିଏ?
ଏସବିଆଇ ନା ଏଟିଏମ୍ ଦାୟିତ୍ୱରେ ଥିବା ଭେଣ୍ଡର ଦାୟୀ?
ସରକାର ଓ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ କାରଣ ଖୋଜି ସମାଧାନ କରିବା ପାଇଁ ଗ୍ରାହକମାନେ ନିବେଦନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe