ଭୋକରେ ଆଉଟୁପାଉଟୁ ଗାଜା; ପ୍ରାଣ ହରାଇଲେଣି ଅନେକ ଶିଶୁ

ଗାଜା ଉପରେ ଜାରି ରହିଛି ଇସ୍ରାଏଲର ଆକ୍ରମଣ । ବିଶେଷ କରି ରିଲିଫ୍ କ୍ୟାମ୍ପ ଓ ଖାଦ୍ୟ ବିତରଣ କେନ୍ଦ୍ର ଉପରେ ବାରମ୍ବାର ମିସାଇଲ ମାଡ଼ ଯୋଗୁଁ ପାଲେଷ୍ଟାଇନବାସୀ ବଞ୍ଚିବା ମୁସ୍କିଲ ହୋଇପଡୁଛି ।ମୃତ୍ୟୁ ଭୟରେ ଲୋକେ ଘରୁ ବାହାରୁନାହାନ୍ତି । ଖାଦ୍ୟ ନପାଇ ଘରେ ଛଟପଟ ହୋଇ ପ୍ରାଣ ହରାଉଛନ୍ତି ।

71

କନକ ବ୍ୟୁରୋ: ଗାଜା ଉପରେ ଜାରି ରହିଛି ଇସ୍ରାଏଲର ଆକ୍ରମଣ । ବିଶେଷ କରି ରିଲିଫ୍ କ୍ୟାମ୍ପ ଓ ଖାଦ୍ୟ ବିତରଣ କେନ୍ଦ୍ର ଉପରେ ବାରମ୍ବାର ମିସାଇଲ ମାଡ଼ ଯୋଗୁଁ ପାଲେଷ୍ଟାଇନବାସୀ ବଞ୍ଚିବା ମୁସ୍କିଲ ହୋଇପଡୁଛି ।ମୃତ୍ୟୁ ଭୟରେ ଲୋକେ ଘରୁ ବାହାରୁନାହାନ୍ତି । ଖାଦ୍ୟ ନପାଇ ଘରେ ଛଟପଟ ହୋଇ ପ୍ରାଣ ହରାଉଛନ୍ତି । ଫଳରେ ବୋମା ଠାରୁ ଭୋକ ଏଠାରେ ଅଧିକ ଘାତକ ପାଲଟିଛି । ଗାଜାରେ ଭୋକରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । 

ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ, ଭୋକରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୮୦ ଜଣ ପିଲା ଥିବା ଜଣାପଡ଼ିଛି । ବାପା, ମା’ ଘରୁ ବାହାରିପାରୁଛନ୍ତି, ନା ପିଲାଙ୍କ ମୁହଁରେ ଦାନା ଦେଇପାରୁଛନ୍ତି । ଏଠାରେ ଥିବା ଡାକ୍ତର ବି ଭୋକରେ ଆଉଟୁପାଉଟୁ ହେଉଛନ୍ତି ।ରୋଗୀର ସେବା କରିବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe