କୁଆଡ଼େ ଗଲା ନବଙ୍କ ଛାତିର ଗୁଳି ? ତଦନ୍ତକୁ ଚାପି ଥିଲା କିଏ ?

Advertisment

ମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ନେଇ ପୁଣି ସରଗରମ ହେଲାଣି ରାଜ୍ୟ ରାଜନୀତି । କାରରେ ଥିବା ବେଳେ ମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଥିଲା । ଏଏସଆଇ ଗୋପାଳ ଗୁଳି ମାଡ଼ କରିଥିବା ଭିଡିଓ ବି ଭାଇରାଲ ହୋଇଥିଲା

ମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ନେଇ ପୁଣି ସରଗରମ ହେଲାଣି ରାଜ୍ୟ ରାଜନୀତି । କାରରେ ଥିବା ବେଳେ ମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଥିଲା । ଏଏସଆଇ ଗୋପାଳ ଗୁଳି ମାଡ଼ କରିଥିବା ଭିଡିଓ ବି ଭାଇରାଲ ହୋଇଥିଲା

Naba Das Issue

Naba Das Issue Photograph: (kanak news)

କନକ ବ୍ୟୁରୋ: ୨ ବର୍ଷ ପରେ ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ସସ୍ପେନ୍ସ । ଗତକାଲି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଯଦି ଗୋପାଳ ମାରିନି ତାହାଲେ ନବଦାସଙ୍କୁ ମାରିଲା କିଏ ବୋଲି ପ୍ରଶ୍ନ ଉଠୁଛି । ଖାଲି ଏତିକି ନୁହେଁ ବରଂ ରାଜ୍ୟ କ୍ରାଇମବ୍ରାଞ୍ଚ ତଦନ୍ତଭାର ହାତକୁ ନେବା ପରେ ଏଯାଏଁ କେମିତି ଦୋଷୀ ଧରାପଡ଼ିଲା ନାହିଁ ?  ଜାଣିଶୁଣି ମାମଲାକୁ ଚାପି ଦିଆଯାଇଥିଲା କି ?  କିଛି ଏମିତି ପ୍ରଶ୍ନ ସାଧାରଣରେ ଏବେ ଉଙ୍କି ମାରୁଛି । 

ନବଦାସ ହତ୍ୟା ମାମଲାରେ ନୂଆ ମୋଡ଼
ଓକିଲ କହିଲେ, ଗୋପାଳ ମାରିନି
ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଛି
ଫିଲ୍ଡ ଭିଜିଟ୍‌ ରିପୋର୍ଟରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ
ଗୋଟିଏ ନୁହେଁ ଭିନ୍ନଭିନ୍ନ ବନ୍ଧୁକରୁ ମରାଯାଇଥିଲା ଗୁଳି
ମୋଟ୍‌ ଉପରେ ୮ଟି ଗୁଳି ମାଡ଼ ହୋଇଥିବା ଚର୍ଚ୍ଚା

ତତ୍କାଳୀନ ମନ୍ତ୍ରୀ ନବଦାସ ମୃତ୍ୟୁକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ପରେ ବି କେମିତି ବିଚ୍‌ ରାସ୍ତାରେ ତାଙ୍କୁ ଗୁଳିମାଡ଼ ହେଲା ସେନେଇ ପ୍ରଶ୍ନ ବି ଉଙ୍କି ମାରିଥିଲା । ଆଉ ପ୍ରଶ୍ନକୁ ଆହୁରି ଖୋରାକ ଯୋଗାଇଥିଲା ଫିଲ୍ଡ ଭିଜିଟ୍‌ ରିପୋର୍ଟ । ରାଜ୍ୟ ଫୋରେନସିକ୍‌ ଲ୍ୟାବର ରିପୋର୍ଟ ଅନୁସାରେ, ତତ୍କାଳୀନ ମନ୍ତ୍ରୀ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ତେଣୁ କେବଳ ଗୋପାଳ ନୁହେଁ ବରଂ ଏହି ହତ୍ୟା ଘଟଣାରେ ଆହୁରି ଅପରାଧୀଙ୍କ ସଂପୃକ୍ତି ଥିବା କୁହାଯାଉଛି ।

ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟର ବଡ଼ ଖୁଲାସା
କାରରେ ବାଜିଥିଲା ଗୁଳି ଓ ଖୋକା ଗଲା କୁଆଡ଼େ

ମନ୍ତ୍ରୀ ନବଦାସ ହତ୍ୟା ମାମଲାକୁ ନେଇ ପୁଣି ସରଗରମ ହେଲାଣି ରାଜ୍ୟ ରାଜନୀତି । କାରରେ ଥିବା ବେଳେ ମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଥିଲା । ଏଏସଆଇ ଗୋପାଳ ଗୁଳି ମାଡ଼ କରିଥିବା ଭିଡିଓ ବି ଭାଇରାଲ ହୋଇଥିଲା । ପରେ ପରେ ଗୋପାଳକୁ ଗିରଫ କରିଥିଲା ପୋଲିସ । ଗୋପାଳ ଗିରଫ ହେବା ପରେ ଅନେକ ରୋମାଞ୍ଚକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଏବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ ଓ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟ ଅନୁସାରେ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍‌ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହ‌ଯୋଗୀମାନେ ବସିଥିଲେ । ଆଉ ସେହି ଗାଡ଼ିକୁ ବି ଗୁଳିମାଡ଼ ହୋଇଥିଲା ।

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍‌ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍‌, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି । ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା ।

ହେଲେ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟରେ କିନ୍ତୁ ଭିନ୍ନ କଥା ବର୍ଣ୍ଣନା କରାଯାଇଛି । ରିପୋର୍ଟରେ କୁହାଯାଇଛି କି, ନବଙ୍କ ସହ ଯାଇଥିବା ଦ୍ବିତୀୟ ଗାଡ଼ିଟି ଧଳା ରଙ୍ଗର ଇନୋଭା କାର୍‌ ଥିଲା । ସେହି ସାମ୍ନାରେ ‘ଓଡ଼ିଶା ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ’ ବୋଲି ଉଲ୍ଲେଖ ରହିଥିଲା । ୨୦୨୩ ମସିହା ଫେବ୍ରୁଆରୀ ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଏହି ଦ୍ବିତୀୟ ଗାଡ଼ିରେ ୫ଟି ଗନ୍‌ ସଟ୍‌ ହୋଲ୍ ଦେଖିବାକୁ ମିଳିଥିଲା । କାରର ବାମ ପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳିଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି । ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ପତ୍ତା ମିଳିପାରିନି ।

ସରକାରୀ ଗାଡିକୁ ବି ହୋଇଥିଲା ଗୁଳିମାଡ଼
ଅପରାଧୀ ଜାଣିନଥିଲେ ନବ କେଉଁ କାରରେ ବସିଥିଲେ

କଥା ହେଲା, ନବଦାସଙ୍କ ଗସ୍ତ ସଂପୂର୍ଣ୍ଣ ସରକାରୀ ଥିଲା । କ୍ୟାବିନେଟ୍‌ ମନ୍ତ୍ରୀ ଥିବାରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ବି ଥିଲା । ଏ ସବୁ ଭିତରେ ନବଦାସଙ୍କୁ ଗୁଳି ମରାଯାଇଥବା ଘଟଣାରେ ନିଇତି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସମୟ କହିବ କେବେ ଧରାପଡୁଛି ଅପରାଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe