ଟ୍ରମ୍ପଙ୍କ ଚେତାବନୀକୁ ଖଣ୍ଡନ କଲେ ଷ୍ଟାର୍ମର ; ଚୀନ ବିଶ୍ୱର ଦ୍ୱତୀୟ ବୃହତ୍ତମ ଅର୍ଥନୀତି, ତେଣୁ ତାଙ୍କ ସହ କରାଯିବ ନାହିଁ ସମ୍ପର୍କ ଖରାପ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ବ୍ରିଟେନର ସମ୍ପର୍କକୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ତେବେ ଷ୍ଟାର୍ମର ଏହାକୁ ଖଣ୍ଡନ କରିଥିଲେ । ଷ୍ଟାର୍ମର ଆମେରିକୀୟ ଦଳ ସହିତ ଆଲୋଚନା କରିବା ପରେ ଚୀନ୍ ଗସ୍ତ କରିଥିବା ଓ ସହଯୋଗପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ବ୍ରିଟେନର ସମ୍ପର୍କକୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ତେବେ ଷ୍ଟାର୍ମର ଏହାକୁ ଖଣ୍ଡନ କରିଥିଲେ । ଷ୍ଟାର୍ମର ଆମେରିକୀୟ ଦଳ ସହିତ ଆଲୋଚନା କରିବା ପରେ ଚୀନ୍ ଗସ୍ତ କରିଥିବା ଓ ସହଯୋଗପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

Trump

Trump Photograph: (kanak news)

କନକ ବ୍ୟୁରୋ : ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାରମର୍ ଚୀନ୍ ସହିତ ଉତ୍ତମ ସମ୍ପର୍କ ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ବ୍ରିଟେନର ସମ୍ପର୍କକୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ତେବେ ଷ୍ଟାର୍ମର ଏହାକୁ ଖଣ୍ଡନ କରିଥିଲେ । ଷ୍ଟାର୍ମର ଆମେରିକୀୟ ଦଳ ସହିତ ଆଲୋଚନା କରିବା ପରେ ଚୀନ୍ ଗସ୍ତ କରିଥିବା ଓ ସହଯୋଗପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ବ୍ରିଟେନ୍ ଚୀନ୍‌କୁ ବହୁତ କିଛି ଦେଇପାରିବ

ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିଟେନ୍ ଚୀନ୍‌କୁ ବହୁତ କିଛି ଦେଇପାରିବ । ଚୀନ୍‌ ସହିତ ବ୍ରିଟେନର ବଢୁଥିବା ଘନିଷ୍ଠତା ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ ଷ୍ଟାର୍ମରଙ୍କ ଏହି ମନ୍ତବ୍ୟ ଆସିଛି । ଆଠ ବର୍ଷ ମଧ୍ୟରେ ଏହା ଜଣେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ତାଙ୍କର ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ପାଶ୍ଚାତ୍ୟ ଦେଶ, ଆମେରିକାର ନୀତିରେ ଅସନ୍ତୁଷ୍ଟ ହୋଇ ଚୀନ୍‌ ସହିତ ନିଜନିଜର ସମ୍ପର୍କ ବୃଦ୍ଧି କରୁଛନ୍ତି । ଫ୍ରାନ୍ସ, କାନାଡା ଓ ଫିନଲାଣ୍ଡର ନେତାମାନେ ଗତ କିଛି ସପ୍ତାହ ମଧ୍ୟରେ ଚୀନ୍‌ ଗସ୍ତ କରିଛନ୍ତି । ଟ୍ରମ୍ପ ଚୀନ୍ ସହିତ କାନାଡାର ସମ୍ପର୍କ ନେଇ ନକାରାତ୍ମକ ମନ୍ତବ୍ୟ ଦେବା ପରେ ଷ୍ଟାର୍ମର ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ଟ୍ରମ୍ପ ବି ଚୀନ୍ ଗସ୍ତ କରିବେ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ---ଟ୍ରମ୍ପ ବର୍ଷେ ହେଲା ପୈଠ କରି ନାହାନ୍ତି ଜାତିସଂଘ ଦେୟ: ଖିଲାପକାରୀଙ୍କୁ ଅନୁରୋଧ କଲେ ଗୁଟେରେସ୍

ଆମେରିକା ଓ ବ୍ରିଟେନ ଘନିଷ୍ଠ ସହଯୋଗୀ

ଏକ ବ୍ରିଟିଶ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଷ୍ଟାର୍ମର କହିଛନ୍ତି, ଆମେରିକା ଓ ବ୍ରିଟେନ ଘନିଷ୍ଠ ସହଯୋଗୀ । ସେଥିପାଇଁ ଆମେ ଚୀନ୍ ଆସିବା ପୂର୍ବରୁ ତାଙ୍କ ଦଳ ସହିତ ଏହି ଗସ୍ତ ବିଷୟରେ ଆଲୋଚନା କରିଥିଲୁ । ସେ କହିଛନ୍ତି, ମୁଁ ଭାବୁନାହିଁ ଯେ, ବ୍ରିଟେନ ଆଖି ବନ୍ଦ କରିବା ବୁଦ୍ଧିମାନର କାମ ହେବ । ଚୀନ୍ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି । ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ, ବେଜିଂର ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ପାରସ୍ପରିକ ଲାଭ ଓ ସ୍ୱାର୍ଥ ପାଇଁ ସମସ୍ତ ଦେଶ ସହିତ ସହଯୋଗକୁ ସୁଦୃଢ଼ ​​କରିବାକୁ ସବୁବେ‌ଳେ ପ୍ରସ୍ତୁତ ରହିଛି ।

ଷ୍ଟାର୍ମର-ଜିନପିଙ୍ଗ୍ ଭେଟ

ଷ୍ଟାର୍ମର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ସମେତ ଶୀର୍ଷ ନେତାମାନଙ୍କୁ ଭେଟିଛନ୍ତି । ଉଭୟ ପକ୍ଷ ଘନିଷ୍ଠ ସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଷ୍ଟାର୍ମର ୟୁକେ ଓ ଚୀନ୍ ବାଣିଜ୍ୟ ପ୍ରତିନିଧିମାନଙ୍କୁ କହିଛନ୍ତି, ଯେ ଦୁଇ ପକ୍ଷ ସକାରାତ୍ମକ ଆଲୋଚନା କରିଛନ୍ତି । ବ୍ୟାଙ୍କ ଅଫ୍ ଚାଇନାରେ ଅନୁଷ୍ଠିତ ୟୁକେ-ଚୀନ୍ ବ୍ୟବସାୟ ଫୋରମରେ ଏକ ସଂକ୍ଷିପ୍ତ ଭାଷଣରେ ସେ କହିଥିଲେ ଯେ ବ୍ରିଟେନ ପାଖରେ ବହୁତ କିଛି ଦେବା ପାଇଁ ଅଛି ବୋଲି ଷ୍ଟାର୍ମର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe