କନକ ବ୍ୟୁରୋ : ଏନଡିଏର ୮ ଜଣିଆ ଟିମ୍ ତାମିଲନାଡୁ କରୁରରେ ପହଞ୍ଚିଛନ୍ତି । ଏହି ପ୍ରତିନିଧିମାନେ କରୁର ଦଳାଚକଟା ଘଟଣାର ଅନୁଧ୍ୟାନ କରୁଛନ୍ତି । ସାଂସଦ ହେମାମାଳିନୀଙ୍କ ନେତୃତ୍ବରେ ଯାଇଥିବା ପ୍ରତିନଧିମାନେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେଠାରେ ରହି ଅନୁଧ୍ୟାନ କରିବେ । ସେମାନେ ଦଳାଚକଟାରେ ମୃତକଙ୍କ ପରିବାର ଓ ଆହତ ଲୋକମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଗତ ରବିବାର ତାମିଲନାଡୁର କରୁରରେ ଟିଭିକେ ନେତା ଥାଲାପତି ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ ଓ ବହୁ ଲୋକ ଆହତ ହୋଇଛନ୍ତି । କେଉଁ କାରଣରୁ ଦଳାଚକଟା ଘଟିଲା, ଏନଡିଏ ପ୍ରତିନିଧିମାନେ ତାହା ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ଗଠନ କରିଥିବା ଏହି ଟିମର ନେତୃତ୍ୱ ନେଉଛନ୍ତି ହେମା ମାଳିନୀ । ଟିମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମୋଟ୍ ୮ ଜଣ ସଦସ୍ୟ ଅଛନ୍ତି ।
କରୁରରେ ଏନଡିଏ ଟିମ୍
ଦଳାଚକଟା ଘଟଣାର ଅନୁଧ୍ୟାନ କରିବେ
ହେମା ମାଳିନୀଙ୍କ ନେତୃତ୍ୱରେ ଯାଇଛି ଏନଡିଏ ଟିମ୍
ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ଟିମ୍ ଅନୁଧ୍ୟାନ କରିବେ
ମୃତକଙ୍କ ପରିବାର ଓ ଆହତଙ୍କୁ ଭେଟିବା କାର୍ଯ୍ୟକ୍ରମ
ଅନୁଧ୍ୟାନ ପରେ କେନ୍ଦ୍ରକୁ ରିପୋର୍ଟ ଦେବ ଏନଡିଏ ଟିମ୍
କରୁର ଦଳାଚକଟାରେ ୪୧ ମୃତ, ବହୁଲୋକ ଆହତ