ଶରଧାବାଲିରେ ଠେଲାପେଲା: ୨ ଭକ୍ତଙ୍କ ମୃତ୍ୟୁ, ୧୦ରୁ ଅଧିକ ଭକ୍ତ ଆହତ

ଶ୍ରୀଜିଉଙ୍କ ପହଡ଼ ଖୋଲିବା ପରେ ଅସମ୍ଭାଳ ହୋଇଥିଲା ଭିଡ଼

ଶରଧାବାଲିରେ ଠେଲାପେଲା

ଶରଧାବାଲିରେ ଠେଲାପେଲା Photograph: (Kanak News)

କନକ ବ୍ୟୁରୋ:  ପୁଣି ପୁରୀରେ ଅଘଟଣ। ପୁରୀ ଶରଧାବାଲିରେ ଠେଲାପେଲା । ଏଥିରେ 2 ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ତାଙ୍କୁ କିଡନୀ କ୍ରନିକ ରୋଗ ଥିଲା । ଅନ୍ୟ ମୃତକ ଜଣକ ୫୨ ବର୍ଷୀୟା ଜଣେ ମହିଳା ।  ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଠେଲାପେଲା ଘଟିଛି । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା ।

ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ଭର୍ତ୍ତି ଏକ ଟ୍ରକ୍ ଭିଡ଼ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଏହାକୁ ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ଆଉ ସେହି କାଠ ଉପରେ ପଡ଼ିଥିଲେ । ଆହତ ହୋଇଥିବା ଭକ୍ତ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe