ତାମିଲନାଡୁରେ ବିଜୟଙ୍କ ରାଲିରେ ଦଳାଚକଟା ଘଟଣା : ଟିଭିକେ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଲାଗିଲା ହତ୍ୟା ଉଦ୍ୟମ ମାମଲା

Advertisment

ଟିଭିକେ କରୁର ପଶ୍ଚିମ ଜିଲ୍ଲା ମୁଖ୍ୟ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହତ୍ୟା ଘଟଣାରେ ଦୋଷୀ ଏବଂ ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଇବା ମାମଲା ରୁଜୁ ହୋଇଛି । ଏଥିରେ ମୃତ୍ୟୁସଂଖ୍ୟା ୩୯ ରେ ପହଞ୍ଚିଛି ।

ଟିଭିକେ କରୁର ପଶ୍ଚିମ ଜିଲ୍ଲା ମୁଖ୍ୟ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହତ୍ୟା ଘଟଣାରେ ଦୋଷୀ ଏବଂ ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଇବା ମାମଲା ରୁଜୁ ହୋଇଛି । ଏଥିରେ ମୃତ୍ୟୁସଂଖ୍ୟା ୩୯ ରେ ପହଞ୍ଚିଛି ।

Vijay

Vijay Photograph: (KanakNews)

କନକ ବ୍ୟୁରୋ : ତାମିଲନାଡୁ କରୁରରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟା ଉଦ୍ୟମ ମାମଲା ରୁଜୁ କଲା ପୁଲିସ । ଟିଭିକେ କରୁର ପଶ୍ଚିମ ଜିଲ୍ଲା ମୁଖ୍ୟ ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହତ୍ୟା ଘଟଣାରେ ଦୋଷୀ ଏବଂ ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଇବା ମାମଲା ରୁଜୁ ହୋଇଛି । ଏଥିରେ ମୃତ୍ୟୁସଂଖ୍ୟା ୩୯ ରେ ପହଞ୍ଚିଛି । ଟିଭିକେ ନେତା ତଥା ତାମିଲ ସୁପରଷ୍ଟାର ବିଜୟ ଥାଲାପତିଙ୍କ ରାଲିରେ ଏହି ଦଳାଚକଟା ହୋଇଛି । ୩୯ ଜଣ ମୃତକଙ୍କ ମଧ୍ୟରେ ୧୦ଜଣ ଛୋଟ ପିଲା, ୧୭ ମହିଳା ଅଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛି । ଆଜି କରୁର ଗସ୍ତ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ସଭାରେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି । ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୫୦ ହଜାର ଲୋକ ରାଲିରେ ଯୋଗଦେଇଥିଲେ । ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସଭାସ୍ଥଳରେ ପ୍ରାୟ ୬ଘଂଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ। ସଭାସ୍ଥଳରେ ଭାଷଣ ଦେଉଥିବା ବେଳେ ହୋଇଥିଲା ଦଳାଚକଟା। ଦଳାଚକଟା ଅଘଟଣ ପାଇଁ ବିଜୟ ଭାଷଣ ବନ୍ଦ କରି ସହାୟତା ପାଇଁ ଅପିଲ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ପାଣି ଯୋଗାଇବା ସହ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ କହିଥିଲେ ବିଜୟ। ପ୍ରାୟ ୫୦ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ତ୍ବରାନିତ୍ବ କରାଯାଇଛି । ଅନ୍ୟ ଜିଲ୍ଲାରୁ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ତୁରନ୍ତ କରୁର ଆସିବାକୁ ନିର୍ଦ୍ଦେଶ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe