କନକ ବ୍ୟୁରୋ: ସବୁଦିନ ପରି ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଲାଇନରେ ଯାଇ ମା’ ମନସାଙ୍କ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ରବିବାର ସକାଳ ୮ଟା ୩୦ରେ ହଠାତ୍ ଘଟିଗଲା ବଡ଼ ଅଘଟଣ । ଯିଏ ଯୁଆଡ଼େ ପାରିଲା ଦୌଡ଼ିବାକୁ ଲାଗିଲା, ଆରମ୍ଭ ହୋଇଗଲା ଦଳାଚକଟା । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁ ଦଳଚକଟା ହୋଇ ୮ ଜଣଙ୍କ ଜୀବନ ଯାଇଛି । ୩୦ ଅଧିକ ଭକ୍ତ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ମେଡିକାଲ ନେଇଥିଲା । ଆହତଙ୍କ ମଧ୍ୟରେ ୨୦ ପୁରୁଷ, ୮ ଜଣ ମହିଳା ଓ ୭ ଜଣ ଶିଶୁ ଅଛନ୍ତି ।

Advertisment
  • କାହିଁକି ଘଟିଲା ଦଳାଚକଟା?
  • କ’ଣ ପ୍ରକୃତ କାରଣ?

କୁହାଯାଉଛି ଯେ, ଶ୍ରଦ୍ଧାଳୁଙ୍କ ଧାଡ଼ି ଉପରେ ଥିବା ଏକ ବିଦ୍ୟୁତ୍ ତାର ଛିଡ଼ିପଡ଼ିଥିଲା । ଏହାଯୋଗୁଁ ଧାଡ଼ିରେ ଥିବା ଲୋକେ ଭୟଭୀତ ହୋଇ ଧାଁ ଦୌଡ଼ କରିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା ।

ସେପଟେ ଦଳଚକଟା ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହାସହ ଦଳାଚକଟାର ପ୍ରକୃତ କାରଣ ଖୋଜିବାକୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।