କନକବ୍ୟୁରୋ : ପୁଲିସ । ଏ ଶବ୍ଦ ଶୁଣିବା ମାତ୍ରେ, ଯେତିକି ଡର ଲାଗେ, ମନରେ ସେତିକି ସମ୍ମାନ ଆପେ ଆସିଯାଏ । ହେଲେ କିଛି କିଛି ପୁଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ପୂରା ବ୍ୟବସ୍ଥାକୁ ବଦନାମ୍ କରିଦିଏ । ପୁଲିସ ପ୍ରତି ଲୋକଙ୍କ ଭରସା ଭାଙ୍ଗିଦିଏ । କାର୍ଯ୍ୟରତ ଅବସ୍ଥାରେ ମାତାଲ ପୁଲିସ ବାବୁ । ସୋସିଆଲ ମିଡିଆରେ ଘୂରି ବୁଲୁଛି , ପୁଲିସ ଏଏସ୍ଆଇଙ୍କ ମଦ୍ୟପାନ ସମୟରେ ଦେଖିବାକୁ ମିଳିଛି । ପୁଲିସ ବର୍ଦ୍ଦି ପିନ୍ଧି ପିଉଛନ୍ତି ମଦ । ଏହି ପୁଲିସ ବାବୁ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନାର ଏଏସ୍ଆଇ ମିତ୍ରଭାନୁ ବାରିକ । ପୁଲିସ ପୋଷାକ ରେ ଥାଇ ଏହି ବାବୁ ପିଉଛନ୍ତି ମଦ । ଯାହାର ଏକ୍ସକ୍ଲ୍ୟୁସିଭ ଭିଡିଓ ଲାଗିଛି କନକ ନ୍ୟୁଜ ହାତରେ । ଭିଡିଓଟି କିଛି ଦିନ ତଳର । ଏକ କାମରେ ଗୋଟିଏ ଗ୍ରାମକୁ ଯାଇଥିବା ବେଳେ ପୁଲିସ ପୋଷାକରେ ଥାଇ ବାବୁ ମଦ ପିଇଥିଲେ । ବାବୁଙ୍କ ବାବଦରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।
ଖାକିରେ ଦାଗ : ବାବୁଙ୍କ ଦେହରେ ବର୍ଦ୍ଦି, ହାତରେ ମଦ ଗ୍ଲାସ୍
ପୁଲିସ । ଏ ଶବ୍ଦ ଶୁଣିବା ମାତ୍ରେ, ଯେତିକି ଡର ଲାଗେ, ମନରେ ସେତିକି ସମ୍ମାନ ଆପେ ଆସିଯାଏ । ହେଲେ କିଛି କିଛି ପୁଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ପୂରା ବ୍ୟବସ୍ଥାକୁ ବଦନାମ୍ କରିଦିଏ
/kanak/media/media_files/2025/05/12/RJSzBhoHRJ99cqcznNCy.jpg)