ସୁରକ୍ଷା କାରଣରୁ ବଦଳିଲା ଷ୍ଟାଡିୟମ; କୋଲକାତା ପରିବର୍ତ୍ତେ ଗୌହାଟୀରେ ଖେଳାଯିବ ମ୍ୟାଚ୍

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଯାଉଛି । ଇଡେନ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ

ସୁରକ୍ଷା କାରଣରୁ ବଦଳିଲା ଷ୍ଟାଡିୟମ

ସୁରକ୍ଷା କାରଣରୁ ବଦଳିଲା ଷ୍ଟାଡିୟମ Photograph: (KanakNews )

କନକ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଯାଉଛି । ଇଡେନ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି) ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ  । ତେବେ ଏହା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଇପିଏଲର କାର୍ଯ୍ୟସୂଚୀରେ ଏକ ପରିବର୍ତ୍ତନ କରାଯାଇଛି । ଏପ୍ରିଲ ୬ ତାରିଖରେ କୋଲକାତା ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ (LSG) ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବାର ଥିଲା । ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ହେବାର ଥିଲା । ତେବେ ସୁରକ୍ଷା କାରଣରୁ ଏବେ ଏହି ମ୍ୟାଚ୍ ସ୍ଥାନାନ୍ତରିତ କରାଯାଇଛି । ଏବେ ଏହି ମ୍ୟାଚ୍ କୋଲକାତା ପରିବର୍ତ୍ତେ ଗୌହାଟୀରେ ଖେଳାଯିବ।

ଗତଥର ପରି ଏହି ସିଜିନରେ ମଧ୍ୟ ୧୦ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରିବେ । ଏହି ଦଳଗୁଡ଼ିକ ମଧ୍ୟରେ ୬୫ ଦିନରେ ଫାଇନାଲ୍ ସମେତ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଏହି ସମସ୍ତ ମ୍ୟାଚ୍ ଭାରତର ୧୩ଟି ସ୍ଥାନରେ ଅନୁଷ୍ଠିତ ହେବ । ଏଥର IPLର ୬୨ଟି ମ୍ୟାଚ୍ କେବଳ ସନ୍ଧ୍ୟାରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ମ୍ୟାଚ୍ ଗୁଡ଼ିକ ଅପରାହ୍ନ ୩.୩୦ରୁ ଖେଳାଯିବ । ଏହାସହ ସନ୍ଧ୍ୟାର ମ୍ୟାଚ୍ ଗୁଡ଼ିକ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ।

ଏଥର IPL ୨୦୨୫ ସିଜିନରେ ମୋଟ ୧୨ଟି ଡବଲ ହେଡର ମ୍ୟାଚ୍ ଖେଳାଯିବ। ଏହି ସମସ୍ତ ଡବଲ ହେଡର କେବଳ ଶନିବାର ଏବଂ ରବିବାର ହେବ । ଜାଣିରଖିବା ଉଚିତ୍ ଯେ, ଆଇପିଏଲରେ ଡବଲ ହେଡର ଅର୍ଥ ହେଉଛି ଗୋଟିଏ ଦିନରେ ଦୁଇଟି ମ୍ୟାଚ୍।  ଏଥର IPL ୨୦୨୫ର ଉଦଘାଟନୀ ମ୍ୟାଚ୍ ଶନିବାର ଅନୁଷ୍ଠିତ ହେବ। ଏହାର ପରଦିନ ପ୍ରଥମ ଡବଲ୍ ହେଡର ଦେଖିବାକୁ ମିଳିବ। ଏହିଦିନ ସନରାଇଜର୍ସ ହାଇଦ୍ରାବାଦ (SRH) ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (RR) ସହିତ ମୁକାବିଲା କରିବ। ସନ୍ଧ୍ୟାରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁମ୍ବାଇ ଇଣ୍ଡିଆନ୍ସ (MI) ସହିତ ମୁକାବିଲା କରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe