କନକ ବ୍ୟୁରୋ : ରାଜଧାନୀରେ ନିଶାଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ସାମାନ୍ୟ ବଚସାକୁ ନେଇ ଦମ୍ପତ୍ତିଙ୍କୁ ଛୁରାମାଡ଼ । ସଂଧ୍ୟା ୫ଟା ସମୟରେ ସାଇନସ୍ ପାର୍କ ବସ୍ତିରେ ଛୁରାମାଡ ହୋଇଛି । ବସ୍ତିର ଜନ୍ମଜୟ ନାୟକ ନାମକ ଯୁବକ ଶାନ୍ତିଭୂଷଣ ନାୟକ ଓ ତାଙ୍କ ପତ୍ନୀ ନିରୁପମା ନାୟକଙ୍କୁ ଛୁରାମାଡ଼ କରିଥିବା ଜଣାପଡିଛି । ଶାନ୍ତିଭୂଷଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନିରୁପମାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହିଦନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ରାଜଧାନୀରେ ସ୍ୱାମୀ-ସ୍ତ୍ରୀଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ବସ୍ତିର ଜନ୍ମଜୟ ନାୟକ ନାମକ ଯୁବକ ଶାନ୍ତିଭୂଷଣ ନାୟକ ଓ ତାଙ୍କ ପତ୍ନୀ ନିରୁପମା ନାୟକଙ୍କୁ ଛୁରାମାଡ଼ କରିଥିବା ଜଣାପଡିଛି । ଶାନ୍ତିଭୂଷଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ନିରୁପମାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।
/kanak/media/media_files/2025/04/26/og02BUbtCAt78ERr4vLf.jpg)