ଭବାନୀପାଟଣାରେ ଛାତ୍ରଙ୍କୁ ଛୁରାମାଡ଼ ଘଟଣା : କ୍ରୀଡ଼ା ଶିକ୍ଷକଙ୍କ ସହ ୪ ନାବାଳକ ଗିରଫ

ପୁଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ସହାନୁଭୂତି ଦେଖାଉଥିବା ଅଭିଯୋଗ କରିଛନ୍ତି । ଗୋଟିଏ ସ୍କୁଲର ପିଲା ଛୁରାମାଡ଼ କରିଥିବା ବେଳେ ପୁଲିସ ଅନ୍ୟ ଏକ ସ୍କୁଲର ପିଲାଙ୍କୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି ।

Teacher

Teacher Photograph: (KanakNews)

କନକ ବ୍ୟୁରୋ : ସ୍ବାଧୀନତା ଦିବସରେ ଭବାନୀପାଟଣାରେ ଛାତ୍ରଙ୍କୁ ଛୁରାମାଡ଼ ଘଟଣାରେ ଉତ୍ତେଜନା । ଆଜି ଭବାନୀପାଟଣା ଟାଉନ ଥାନା ସମ୍ମୁଖରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା । ଛୁରାମାଡ଼ର ଶିକାର ନାବାଳକଙ୍କ ପରିବାର ସହ ୨୦୦ରୁ ଅଧିକ ପଡ଼ାବାସୀ ଥାନା ଘେରାଉ କରିଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ସହାନୁଭୂତି ଦେଖାଉଥିବା ଅଭିଯୋଗ କରିଛନ୍ତି । ଗୋଟିଏ ସ୍କୁଲର ପିଲା ଛୁରାମାଡ଼ କରିଥିବା ବେଳେ ପୁଲିସ ଅନ୍ୟ ଏକ ସ୍କୁଲର ପିଲାଙ୍କୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ବିକାଶ ସ୍କୁଲର କ୍ରୀଡ଼ା ଶିକ୍ଷକଙ୍କୁ ଗିରଫ କରିଛି । ୪ଜଣ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ଚାଲାଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe