କନକ ବ୍ୟୁରୋ: ବନ୍ଧାହେଲେ ଏସଟିଏ ଯୁଗ୍ନ ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢାଉବେଳେ ସାମ୍ନାକୁ ଆସିଲା ପ୍ରଦୀପଙ୍କ ଅମାପ ସମ୍ପତ୍ତି । ଜବତ ହେଲା ୨କେଜିରୁ ଅଧିକ ସୁନା, ୧୭ଲକ୍ଷରୁ ଅଧିକ ଟଙ୍କା ।

Advertisment

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ବିଭାଗ ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା ।  କଟକ, ଭୁବନେଶ୍ବର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ଚଢାଉ  ବେଳେ ପୁଳା ପୁଳା ଟଙ୍କା ସହ ସୁନା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ମୈତ୍ରୀବିହାର ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୩ ସୁନା ବିସ୍କୁଟ ଓ ଅନ୍ୟାନ୍ୟ ଦାମୀ ଅଳଙ୍କାର ମଧ୍ୟ ଜବତ କରିଥିଲା ଭିଜିଲାନ୍ସ ଟିମ ।  
୨୦୨୩ ମସିହାରେ ଝଞଇ ଡେପୁଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରଦୀପ କୁମାର ମହାନ୍ତି । ଏହା ପୂର୍ବରୁ ଭୁବନେଶ୍ୱରରେ ଊଞଝରେ କାର୍ୟ୍ୟରତ ରହିଥିଲେ ପ୍ରଦୀପ ।