କନକ ବ୍ୟୁରୋ : ଏସ୍ .ଏସ୍ ରାଜାମୌଲି ନିଜ ପ୍ରତ୍ୟେକଟି ସିନେମାରେ ଗୋଟିଏ ପାଦ ଆଗକୁ ବଢ଼ି କାମ କରନ୍ତି । ତାଙ୍କ ସିନେମାରେ ଯେଉଁ VFX ବ୍ୟବହାର ହୁଏ ତାହାକୁ ଦେଖିବାକୁ ସିନେପ୍ରେମୀ ଭାରି ପସନ୍ଦ କରନ୍ତି । ବର୍ତ୍ତମାନ ତାଙ୍କର ଆଗାମୀ ସିନେମାର ସୁଟିଂ କାମ ଚାଲିଛି ଯାହାର ନାଁ ରହିଛି – ‘SSMB29’ । ଏହି ସିନେମାକୁ ଇତିହାସର ସବୁଠାରୁ ମହଙ୍ଗା ସିନେମା ବୋଲି କୁହାଯାଉଛି , ଯାହା ୧୦୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଛି । ସାଉଥ୍ ସୁପରଷ୍ଟାର୍ ମହେଶ ବାବୁ ଏବଂ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ସିନେମାରେ ଲିଡ୍ ରୋଲରେ ନଜର ଆସିବେ । ଆଉ ଏହାରି ଭିତରେ ମାତ୍ର ଗୋଟିଏ ସେଟ୍ ତିଆରି କରିବା ପାଇଁ ରାଜାମୌଲି ୫୦ କୋଟି ଟଙ୍କା ଖର୍ଚ୍ଚ କରିଥିବାର ସୂଚନା ମିଳୁଛି ।
/kanak/media/media_files/2025/06/17/wryee4jqbP2gSCPrbSVi.jpg)
ନିକଟରେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ସିନେମାର ୨ଟି ମୁଖ୍ୟ ସୁଟିଂ କାମ ଶେଷ ହୋଇଛି । ବର୍ତ୍ତମାନ ଆଉ ଏକ ସିକ୍ବେନ୍ସର କାମ ଆରମ୍ଭ ହୋଇଯାଇଛି । ସୂଚନାନୁସାରେ ସୁଟିଂ ପାଇଁ ବାରଣାସୀ ର ଗୋଟିଏ କୃତ୍ରିମ ସେଟ୍ ତିଆରି କରାଯାଇଛି । ରାଜାମୌଲି ବାରଣାସୀ ଯିବା ପରିବର୍ତ୍ତେ ହାଇଦ୍ରାବାଦରେ ହିଁ କୃତ୍ରିମ ବାରଣାସୀ ତିଆରି କରିଦେଇଛନ୍ତି । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମସିଟିରେ ଏହି ସେଟ୍ ନିର୍ମାଣ କରାଯାଇଛି । ଏଭଳି କରିବା ପଛର କାରଣ ହେଉଛି ତୀର୍ଥସ୍ଥଳୀ ବାରଣାସୀକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିଥା’ନ୍ତି । ଏତେ ଭିଡ଼ ଭିତରେ ସୁଟିଂ କରିବା କଷ୍ଟକର ହୋଇପଡ଼ିଥା’ନ୍ତା ତେଣୁ ହାଇଦ୍ରାବାଦରେ ହିଁ କୃତ୍ରିମ ବାରଣାସୀ ସେଟ୍ ତିଆରି କରି ୫୦ କୋଟି ଟଙ୍କା ଖର୍ଚ୍ଚ କରିଦେଲେ ରାଜାମୌଲି ।
/kanak/media/media_files/2025/06/17/XKd8ueSwYfdKN2At7y7O.jpg)
ମହେଶ ବାବୁଙ୍କ କିଛି ଆକ୍ସନ୍ ସିନ୍ ଏହିଠାରେ ସୁଟିଂ ହେବାର ଅଛି । ଗ୍ରୀନ୍ ସ୍କ୍ରିନ୍ ଟେକ୍ନୋଲୋଜି ଏବଂ VFX ମାଧ୍ୟମରେ ପୁଣି ନିଜର ଜଲୱା ଦେଖାଇବେ ରାଜାମୌଲି । ଫିଲ୍ମରେ ବିଶ୍ବସ୍ତରୀୟ ଭିଜୁଆଲ୍ ବ୍ୟବହାର ହେବାର ସୂଚନା ରହିଛି । ଯେଉଁଥିପାଇଁ ହଲିଉଡର ନାମୀଦାମୀ VFX ଷ୍ଟୁଡ଼ିଓ ସହ କୋଲାବୋରେସନ୍ କରାଯାଇଛି । ଅନ୍ୟପକ୍ଷରେ ବଜେଟର ଗୋଟିଏ ବଡ଼ ଆମାଉଣ୍ଟ୍ ଗ୍ରାଫିକ୍ସ ବିଭାଗକୁ ଯିବାର ସୂଚନା ରହିଛି । ତେବେ ହାଇଦ୍ରାବାଦ ପୂର୍ବରୁ ଓଡ଼ିଶାରେ ମଧ୍ୟ ସୁଟିଂ କାମ ଶେଷ ହୋଇଥିବା ଜଣାପଡ଼ିଛି ।