କନକ ବ୍ୟୁରୋ: ନେଦରଲାଣ୍ଡ୍‌ସର ହଗ୍‌ଠାରେ ଚଳିତ ଫେବ୍ରୁଆରି ୪ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଇଣ୍ଟରସୁଟ୍‌ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଥରେ ନିଜ ଅଭୁଲା ଛାପ ଛାଡ଼ିଛନ୍ତି। ଏହି ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରି ଏକକାଳୀନ ଭାବେ ଦୁଇଟି କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସେ। ଶ୍ରୀୟଙ୍କା ମଧ୍ୟ ସ୍ଥିର ତଥା ଲକ୍ଷ୍ୟଭେଦୀ ଗୁଳି ଚଳାଇ ଯୋଗ୍ୟତା ପର୍ଯ୍ୟାୟରେ ୬୩୨.୩ ପଏଣ୍ଟ୍‌ ଅର୍ଜନ କରିବା ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ଏହି ସଫଳତା ଲାଗି ଚାରିଆଡ଼ୁ ତାଙ୍କ ପାଖକୁ ଶୁଭକାମନାର ସୁଆ ଛଟିଛି।

Advertisment