କନକ ବ୍ୟୁରୋ : ସରିଲା ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକ । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବୈଠକରେ ହୋଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ବସିଥିଲା ବୈଠକ । ମୁର୍ମୁଙ୍କ ସହ ସବ୍ କମିଟିରେ ଅନ୍ୟ ୮ ଜଣ ସଦସ୍ୟ ଉପସ୍ଥିତ ଥିଲେ ।
ଏହି ବୈଠକରେ ଶ୍ରୀମନ୍ଦିରର ଭିତ୍ତିଭୂମି ,ସରଞ୍ଜାମ,ମ୍ୟାନ ପାୱାର,ସହ ସିକ୍ୟୁରିଟି ଡ୍ରିଲ୍ ପ୍ରୋଟୋକଲ୍କୁ ମଜବୁତ୍ କରି ବ୍ୟାପକ ସୁରକ୍ଷା ଯୋଜନା ପ୍ରସ୍ତୁତ ହୋଇଛି । କେତେ ଖର୍ଚ୍ଚ ହେବ ,ସୁରକ୍ଷା ଦୃଷ୍ଟିରୁ କ’ଣ ପଦକ୍ଷେପ ନିଆଯିବ ଏବଂ ରେଡ୍ ଜୋନ୍ ଘୋଷଣା ପରେ ଗ୍ରାଉଣ୍ଡରେ କିପରି କାର୍ଯ୍ୟକାରୀ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ମନ୍ଦିର ବାହାରେ ,ଭିତରେ ଓ ପୁରୀରେ ଶୃଙ୍ଖଳା ଏବଂ ସୁରକ୍ଷା କଡ଼ାକଡ଼ି ହେବା ନେଇ ହୋଇଛି ଆଲୋଚନା ।