କନକ ବ୍ୟୁରୋ : ସ୍ଥାନାନ୍ତର ହେବ ୪୨ ବର୍ଷର ହୁଣ୍ଡି, ନାଟମଣ୍ଡପରେ ଚାଲିଛି ଜାଗା ଖୋଜା । ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ନେଇ କୁହାଯାଇଥିବାବେଳେ ଏହି ହୁଣ୍ଡି ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଇ ଏହାକୁ ହଟାଇବାକୁ ସ୍ଥିର ହୋଇଛି । ଏଥିପାଇଁ ନାଟମଣ୍ଡପରେ ଜାଗା ଖୋଜା ଚାଲିଛି । ଧାଡ଼ି ଦର୍ଶନ ଆରମ୍ଭ ହେଲେ ଭକ୍ତମାନେ ଧାଡ଼ିରେ ବାରିକେଡ୍ ଦେଇ ଯିବେ । ଅର୍ଥାତ୍ ନାଟମଣ୍ଡପରେ ବାରିକେଡ୍ ବ୍ୟତିତ ଅନ୍ୟ କୌଣସି ସ୍ଥାନକୁ ଯାଇ ପାରିବେନି ଭକ୍ତ । ସାତପାହାଚ ଦେଇ ପ୍ରବେଶ କରିବେ ଏବଂ ଘଣ୍ଟି କିମ୍ବା ପଣ୍ଡାଦ୍ବାର ଦେଇ ବାହାରିବେ । ଏପରିକି ଗରୁଡ଼ସ୍ତମ୍ଭକୁ ମଧ୍ୟ ଛୁଇଁପାରିବେ ନାହିଁ । ଏଣୁ ଧାଡ଼ିରେ ବାରିକେଡ୍ ଦେଇ ଯିବା ବେଳେ ଭକ୍ତଙ୍କ ହାତ ପାହାନ୍ତାରେ ଯେଭଳି ହୁଣ୍ଡି ରହିବ ତାହା ନିଶ୍ଚିତ ହେବା ଜରୁରି । ନଚେତ୍ ଅନେକ ଭକ୍ତ ମହାପ୍ରଭୁଙ୍କୁ ଦାନ କରିବାରୁ ବଞ୍ଚିତ ହେବେ । ସେଥିପାଇଁ ଏକ ସ୍ବତନ୍ତ୍ର ଜାଗା ଖୋଜା ଚାଲିଛି । ଯେଉଁଠି ଏହି ହୁଣ୍ଡି ପ୍ରତ୍ୟେକ ଭକ୍ତଙ୍କ ହାତପାହାନ୍ତାରେ ରହିବ ଏବଂ ସାଧାରଣ ଦର୍ଶନରେ କୌଣସି ବିଶୃଙ୍ଖଳା ହେବ ନାହିଁ । ଉଭୟ ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଦୁଇଟି ଜାଗା ଚିହ୍ନଟ କରିଛନ୍ତି । ଏଥିରୁ ଗୋଟିଏ ଜାଗା ସ୍ଥିର କରାଯିବ ବୋଲି ଜଣାପଡ଼ିଛି ।
ସ୍ଥାନାନ୍ତର ହେବ ୪୨ ବର୍ଷର ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡି : ଧାଡ଼ି ଦର୍ଶନରେ ବାଧା ସୃଷ୍ଟି ଆଶଙ୍କା କରି ନିଆଯାଉଛି ପଦକ୍ଷେପ
ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ନେଇ କୁହାଯାଇଥିବାବେଳେ ଏହି ହୁଣ୍ଡି ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଇ ଏହାକୁ ହଟାଇବାକୁ ସ୍ଥିର ହୋଇଛି ।
/kanak/media/media_files/2025/09/06/hundi-2025-09-06-08-00-30.jpg)