ଶ୍ରୀମନ୍ଦିର ବଜେଟ୍ ୨୦୨୪-୨୫ : ନାଟମଣ୍ତପରେ ଲାଗିବ AC, ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର FM ଚ୍ୟାନେଲ..

Advertisment

ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ କଥା ହେବେ। ନାଟମଣ୍ଡପରୁ ଆଲମିରା କଢ଼ାଯିବ। ମହିଳା, ଛୋଟ ଶିଶୁ, ବୃଦ୍ଧବୃଦ୍ଧା ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା।

ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ କଥା ହେବେ। ନାଟମଣ୍ଡପରୁ ଆଲମିରା କଢ଼ାଯିବ। ମହିଳା, ଛୋଟ ଶିଶୁ, ବୃଦ୍ଧବୃଦ୍ଧା ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା।

Jagannath Temple

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ୱ ଚାଲିଥିଲା ଏହି ବୈଠକ। ଶ୍ରୀମନ୍ଦିର ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷର ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ୧୦୩ କୋଟି ଟଙ୍କାର ବଳକା ବଜେଟ୍। ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ।

ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ କଥା ହେବେ। ନାଟମଣ୍ଡପରୁ ଆଲମିରା କଢ଼ାଯିବ। ମହିଳା, ଛୋଟ ଶିଶୁ, ବୃଦ୍ଧବୃଦ୍ଧା ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ନୀତି ଶୃଙ୍ଖଳିତ ହେବା ଉପରେ ମଧ୍ୟ ଆଲୋଚନା ହୋଇଛି।

ଏଣିକି ନିୟମିତ ହେବ ନୀତି ସବକମିଟି ବୈଠକ। ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେବ ନୀତି ସବକମିଟି ବୈଠକ। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ ହେବ। ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଛି। ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି, ଖେଳକୁଦରେ ସମ୍ପୃକ୍ତ ପିଲାଙ୍କ ପାଇଁ ପ୍ରୋତ୍ସାହନ ମିଳିବ। ଜମିଜମା ସମସ୍ୟା ନେଇ ଓରସାକ୍ ସହାୟତାରେ ହେବ ସମାଧାନ।

ପହଣ୍ଡି ଅଘଟଣ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପରିଚାଳନା କମିଟି। ତିନିଜଣିଆ କମିଟି ଏନେଇ ରିପୋର୍ଟ ପ୍ରଦାନ କରିଛନ୍ତି। ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ, ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହୋଇଛି। ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି। ପୁନର୍ବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁ ମାନେ ଦାୟୀ କୁହାଯିବ। ପହଣ୍ଡି ସୁପରିଚାଳନା ନେଇ ୯ଟି ବିନ୍ଦୁ ଉପରେ ହୋଇଥିଲା ଆଲୋଚନା। ବାଡଗ୍ରାହୀ ନିର୍ଦ୍ଧାରଣ କରିବେ ରଥ ଉପରେ କେତେଜଣ ସେବକ ରହିବେ। ଜିଲ୍ଲାପାଳ ଏସପିଙ୍କୁ ନେଇ କମିଟି ଗଠନ। ଛାଟେଣୀ ଭଲକରି ବାନ୍ଧିବାକୁ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe