କନକ ବ୍ୟୁରୋ : ଜନ୍ମବେଦିରେ ସରିଲା ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହିରିଲେଣି ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିର ଛାଡ଼ି ଫେରୁଛନ୍ତି ସାଆନ୍ତେ । ଘଣ୍ଟଘଣ୍ଟା , ହୁଳହୁଳି ହରିବୋଲରେ ଉଛୁଳି ପଡୁଛି ଶ୍ରୀକ୍ଷେତ୍ର । ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତମାନେ । ହେବେନି ବା କେମିତି , ଶ୍ରୀବିଗ୍ରଙ୍କୁ ପାଖରେ ପାଇବା ପାଇଁ ପୁଣି ଆର ବର୍ଷକୁ ଅନେଇ ରହିବେ ଭକ୍ତମାନେ । ବିଶ୍ୱନିୟନ୍ତାଙ୍କୁ ଅପେକ୍ଷା କରିଥିବା ତିନି ରଥକୁ ପହଣ୍ଡିରେ ପ୍ରଥମେ ବାହାରିଲେ ବଡ଼ ସାଆନ୍ତ । ତାଙ୍କ ପରେ ମାଆ ସୁଭଦ୍ରା ଏବଂ ଶେଷରେ ପହଣ୍ଡିରେ ବିଜେ କରୁଛନ୍ତି କାଳିଆ ସାଆନ୍ତ । ସେପଟେ ବଳଗଣ୍ଡି ନିକଟରେ ପୋଡ଼ପିଠା ନେଇ ଅପେକ୍ଷା କରି ବସିଛନ୍ତି ମାଉସୀ ମାଆ ।
ଦୀର୍ଘ ଦିନର କର୍ମମୟ ଜୀବନରୁ ଟିକେ ବାହାରି ମହାପ୍ରଭୁ ବାହାରିଥିଲେ ମାଆ କୋଳକୁ । ହେଲେ ସେଠି କ’ଣ ଏତେ ଦିନ ରହିହେବ । ସେ ପରା ଏ ସାରା ମାନବ ସମାଜକୁ କର୍ମ ଯୋଗ ଶିକ୍ଷା ଦେଉଥିବା ଠାକୁର । ନିଜେ କିପରି ନିଶ୍ଚିନ୍ତରେ ମାଆ ପାଖରେ ରହିପାରନ୍ତେ । ତେଣୁ ଗୁଣ୍ଡିଚା ବାଡ଼ିରେ କିଛି ମାତ୍ର ଦିନର ରହଣୀ ପରେ ପୁଣି କର୍ମ କ୍ଷେତ୍ର ଆଡ଼କୁ ବାହାରୁଛନ୍ତି ମଣିମା । ପୁଣି ସେହି ରତ୍ନ ସିଂହାସନରେ ବସି କେତେ କାହାର ଦୁଃଖ ଶୁଣିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/05/02-2025-07-05-15-23-10.jpg)