କନକ ବ୍ୟୁରୋ: ସବୁଥର ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସିନା ହଟ କରନ୍ତି ହେଲେ ଚକ୍ରରାଜ ସୁଦର୍ଶନ କି ମାଆ ସୁଭଦ୍ରାଙ୍କୁ ହଟ କରିବାର କେହି ଦେଖିଛନ୍ତି କି ? ନୁହେଁ ନା? ଆଜି କିନ୍ତୁ ବିରଳ ଦୃଶ୍ୟ ଦେଖିଲା ଏ ନେତ୍ର ।  ସବୁଥର ସୁରୁଖୁରୁରେ ଶୂନ୍ୟେ ଶୂନ୍ୟେ ପହଣ୍ଡି କରି ଯାଉଥିବା ମାଆ  ସୁଭଦ୍ରା ଆଜି  ଗୁଣ୍ଡିଚା ମନ୍ଦିରରୁ ଶୂନ୍ୟ ପହଣ୍ଡିରେ ବାହାରିବା ବେଳେ ହଠାତ୍ ଭାରି ହୋଇଗଲେ । ସମ୍ଭାଳି ପାରିଲେନି ସେବାୟତ । ଲତ୍ କିନା ବସିପଡ଼ିଲେ ମୋ ମାଆ । ସମସ୍ତେ ଅଶ୍ଚର୍ଯ୍ୟ ଆଜି ଏ କ’ଣ ହେଲା । ମାଆ ମୋର କ’ଣ ବସିପଡ଼ିଲେ । ଗୁଣ୍ଡିଚା ମାଆ କୋଳ ଛାଡ଼ି ବଡ଼ ଦେଉଳକୁ ଯିବାକୁ  ଜମାରୁ ଇଚ୍ଛା ନାହିଁ ଯେମିତି ।

Advertisment

ଭକ୍ତ ମନ କହୁଛି, ’ହେ ମା ସୁଭଦ୍ରା ! ତୁମେ ଶାନ୍ତ ପୁଣି ତୁମେ ଶକ୍ତି , ତୁମେ ମହାଶକ୍ତି ମାଆ କାଳୀ । ହେ ମାଆ କାତ୍ୟାୟନୀ , ମାଆ ଭୁବନେଶ୍ବରୀ ! ତୁମେ ଆଜି ଏମିତି ରହି ରହି କ’ଣ ଯାଉଛ ଯେ? ଲାଗୁଛି ମାଆକୁ ଛାଡ଼ି ଯିବାକୁ ତୁମର ଜମା ଇଚ୍ଛା ନାହିଁ । ସେବାୟତ ଧଇଁସଇଁ ହୋଇପଡ଼ିଲେଣି । ସେବାୟତଙ୍କୁ ଯେମିତି କହୁଛ, ନା ନା ମୁଁ ଜମା ଯିବିନି । ମାଆ ପାଖରୁ ମୋତେ ନିଅନା । ଆଉ କେଇଟା ଦିନ ରହି ଯିବି । ପୁଣି କହୁଛ, ହଉ ଯିବାକୁ ତ ପଡ଼ିବ , ମୁଁ କର୍ମକ୍ଷେତ୍ରକୁ ନଗଲେ ଏ ଜଗତକୁ କ’ଣ କହିବି ଯେ…