କନକ ବ୍ୟୁରୋ: ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ଚାଲିଛି ଅନୁଧ୍ୟାନ। ସୌନ୍ଦର୍ଯ୍ୟକରଣ କାମ ପାଇଁ ମୁଖ୍ୟ ପ୍ରଶାସକ ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳଙ୍କ ସହ ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଓବିସିସି ଅଧିକାରୀ ଓ ସୁଆର ମହାସୁଆର ନିଯୋଗ ସମ୍ପାଦକ ଓ ସଭାପତି ପ୍ରମୁଖ ବି ଯାଇଛନ୍ତି। କୋଭିଡ ବେଳେ ସୌନ୍ଦର୍ଯ୍ୟକରଣ କାମ ପାଇଁ ବନ୍ଦ ଥିଲା। କିପରି ଭକ୍ତମାନେ ଭିତରକୁ ଯାଇ ଦର୍ଶନ କରିପାରିବେ ସେ ନେଇ ଅନୁଧ୍ୟାନ  ପରେ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ।