କନକ ବ୍ୟୁରୋ : ବିଜେପି ସରକାରର ମନ୍ତ୍ରୀ ଯାହା ସବୁ କୁହନ୍ତି ତାହା କାମରେ ଦେଖାଯାଏନି । ଚାରିଦ୍ୱାର ଖୋଲି ପୁଣି ଚାରିଦ୍ୱାର ବନ୍ଦ କଲେ । ଠେଲାପେଲାରେ ଭକ୍ତ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ । ଏବେ କହିଲେ ସିଂହଦ୍ୱାର ଦେଇ ଯିବେ, ଅନ୍ୟ ଦ୍ୱାରରେ ବାହାରିବେ । ପୁଣି ଶ୍ରଦ୍ଧାଳୁମାନେ ଅଣନିଶ୍ୱାସୀ ହେଲେ । ହବିଷିଆଳିମାନଙ୍କ ପାଇଁ କିଛି କରିଲେନି । ଶ୍ରାମନ୍ଦିରରେ ଯାହା ଉନ୍ନତି ହୋଇଛି ତାହା ନବୀନ ବାବୁଙ୍କ ପାଇଁ । ଇଏ କେବଳ ରଙ୍ଗ ବଦଳାଇବାର ସରକାର । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସରକାରଙ୍କୁ ବିଜେଡି ନେତା ଉମାକାନ୍ତ ସାମନ୍ତରାୟ କଡା ସମାଲୋଚନା କରିଛନ୍ତି ।
ପୂର୍ବରୁ ବିଜେଡି ସରକାର ସମୟରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଅନେକ ଥର ବିଜେଡି ସରକାରଙ୍କୁ ଘେରିଆସିଥିଲା ବିଜେପି । ନିର୍ବାଚନ ଆସିଲା, ନିର୍ବାଚନ ଯିତିଲେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଲା ବିଜେପି । ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ବି ପୂରା କରିଥିଲା ବିଜେପି । କିନ୍ତୁ ବର୍ତ୍ତମାନ ଚାରିଦ୍ୱାର ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ବିଜେଡି ବିଜେପିକୁ କଡା ସମାଲୋଚନା କରିଛି