କନକ ବ୍ୟୁରୋ: ଶ୍ରୀଲଙ୍କା ଏସିଆ କପ୍ ୨୦୨୫ ପାଇଁ ତା'ର ଦଳ ଘୋଷଣା କରିଛି । ଶ୍ରୀଲଙ୍କା କ୍ରିକେଟ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୬ ଜଣିଆ ଦଳ ଘୋଷଣା କରିଛି । ଯାହାର ଅଧିନାୟକ ଚରିଥ ଆସଲାଙ୍କା ହେବେ । ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଏବଂ ଦ୍ରୁତ ବୋଲର ମାଥିଶା ପାଥିରାନାଙ୍କ ପରି ଷ୍ଟାର ଖେଳାଳିଙ୍କୁ ମଧ୍ୟ ଶ୍ରୀଲଙ୍କା ଦଳରେ ସ୍ଥାନ ମିଳିଛି।

Advertisment

ମାଥିଶା ପାଥିରାନାଙ୍କ ଆକ୍ସନ ପୂର୍ବତନ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ପରି , ଯାହା ଯୋଗୁଁ ତାଙ୍କୁ 'ବେବି ମାଲିଙ୍ଗା' ମଧ୍ୟ କୁହାଯାଏ । ପଥିରାନା ଶେଷ ଥର ପାଇଁ ଡିସେମ୍ବର ୨୦୨୪ ରେ ଶ୍ରୀଲଙ୍କା ପାଇଁ ଏକ ମ୍ୟାଚ୍ ଖେଳିଥିଲେ । ୨୨ ବର୍ଷୀୟ ପଥିରାନାଙ୍କ ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରତିନିଧିତ୍ୱ କରନ୍ତି ।  

ଏଥର ଏସିଆକପ ୨୦୨୫ର ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସର ଦୁଇଟି ସହର ଦୁବାଇ ଏବଂ ଆବୁଧାବିରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟଟି ଟି-୨୦ ଫର୍ମାଟରେ ଆୟୋଜିତ ହେବାକୁ ଯାଉଛି । ଭାରତ, ପାକିସ୍ତାନ, ଓମାନ ଏବଂ ୟୁଏଇ ଗ୍ରୁପ-ଏରେ ରହିଛନ୍ତି । ଗ୍ରୁପ-ବି’ରେ ହଂକଂ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନର ଦଳ ଅଛନ୍ତି । ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ ରେ ଆରମ୍ଭ ହେବ ଏବଂ ଏହାର ଟାଇଟଲ୍ ମ୍ୟାଚ୍ ୨୮ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ।

ଶ୍ରୀଲଙ୍କାର ଗ୍ରୁପ୍ ମ୍ୟାଚ୍ କେବେ ହେବ?
ଶ୍ରୀଲଙ୍କା ଗତ ଏସିଆ କପ୍ (୨୦୨୩) ସଂସ୍କରଣରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଶ୍ରୀଲଙ୍କା ୧୩ ସେପ୍ଟେମ୍ବରରେ ଆବୁଧାବିରେ ବାଂଲାଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ତା’ପରେ ୧୫ ସେପ୍ଟେମ୍ବରରେ ଦୁବାଇରେ ହଂକଂ ସହିତ ମୁକାବିଲା କରିବ । ଏହାପରେ, ଶ୍ରୀଲଙ୍କା ଦଳ ୧୮ ସେପ୍ଟେମ୍ବରରେ ଆବୁଧାବିରେ ଆଫଗାନିସ୍ତାନ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳିବ ।

ଏସିଆ କପ୍ ପାଇଁ ଶ୍ରୀଲଙ୍କାର ୧୬ ଜଣିଆ ଦଳ: ଚାରିଥ ଆସାଲଙ୍କା (ଅଧିନାୟକ), ପୃଥମ୍ ନିସଙ୍କା, କୁସାଲ ମେଣ୍ଡିସ୍, କୁସାଲ ପେରେରା, ନୁୱାନିଡୁ ଫର୍ନାଣ୍ଡୋ, କାମିଣ୍ଡୁ ମେଣ୍ଡିସ୍, କାମିଲ ମିଶରା, ଦାସୁନ୍ ଶାନାକା, ୱାନିଣ୍ଡୁ ହାସରାଙ୍ଗା, ଡୁନିଥ ୱେଲାଜେ, ଚାମିକା କରୁଣାରାଣେ ନୁୱାନ୍ ଥଶାରା, ମାଥିଶା ପାଥିରାନା