କନକ ବ୍ୟୁରୋ : ସନାତନ ଧର୍ମର ପରମ୍ପରା କେବଳ ଭାରତରେ ହିଁ ପରିବ୍ୟାପ୍ତ ତାହା ନୁହେଁ ବିଦେଶରେ ମଧ୍ୟ ଭାରତୀୟ ସଂସ୍କୃତି,ପରମ୍ପରା,ପୁରାଣ ଏବଂ ମନ୍ଦିରର ଝଲକ ଦେଖିବାକୁ ମିଳେ । ବିଦେଶରେ ଅନେକ ହିନ୍ଦୁ ମନ୍ଦିର ରହିଛି । ଶ୍ରୀଲଙ୍କା କଥା କହିବା ତ ଏହା ଏକ ଦ୍ୱୀପ,ଯେଉଁଠାରେ ଦେବ ଦେବ ମହାଦେବଙ୍କର ୫ଟି ପ୍ରମୁଖ ମନ୍ଦିର ବିଦ୍ୟମାନ ରହିଛି । ଭାରତରୁ ଶ୍ରୀଲଙ୍କା ଯାଉଥିବା ଶ୍ରଦ୍ଧାଳୁ ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରଗୁଡ଼ିକର ଦର୍ଶନ ନିଶ୍ଚୟ କରନ୍ତି । ଶ୍ରୀଲଙ୍କାରେ ହିନ୍ଦୁ ଧର୍ମ ସବୁଠାରୁ ପୁରାତନ ଧର୍ମ ଅଟେ । ଏମିତିରେ ତ ଶ୍ରୀଲଙ୍କାରେ ଅନେକ ପୌରାଣିକ ଧାର୍ମିକ ହିନ୍ଦୁ ସ୍ଥଳ ରହିଛି କିନ୍ତୁ ସେଥିମଧ୍ୟରୁ ଭଗବାନ ଶିବଙ୍କର ପାଞ୍ଚଟି ନିବାସ ପ୍ରମୁଖ ଯାହା ‘ଈଶ୍ୱରମ୍’ ନାମରେ ନାମିତ ।
/filters:format(webp)/kanak/media/media_files/2025/08/04/koneswaram-temple-view-2025-08-04-19-22-22.jpg)
କୋଣେଶ୍ୱରମ୍ ମନ୍ଦିର-
ଶ୍ରୀଲଙ୍କାର ପୂର୍ବରେ କୋଣେଶ୍ୱରମ୍ ମନ୍ଦିର ରହିଛି ଯାହା ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିର ଟ୍ରିଙ୍କୋମାଲି ସହରରେ ସ୍ୱାମୀ ରକ ଉପରେ ସ୍ଥିତ ଯାହାକୁ ‘ଦକ୍ଷିଣର କୈଳାସ’ କିମ୍ବା ହଜାର ସ୍ତମ୍ଭ ଥିବା ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିରରେ ଭଗବାନ ଶିବଙ୍କର ୩୨ ଫୁଟ ଉଚ୍ଚ ପ୍ରତିମା ଶୋଭା ପାଉଛି । ଯାହା ତାମିଲ ଶୈବ ପରମ୍ପରାର ସୁନ୍ଦର ଉଦାହରଣକୁ ଦର୍ଶାଏ । ମାନ୍ୟତା ରହିଛି କି ଦଶରଥନନ୍ଦନ ଶ୍ରୀରାମ ଏଠାରେ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ ।
ମୁନ୍ନେଶ୍ୱରମ୍ ମନ୍ଦିର-
ମୁନ୍ନେଶ୍ୱରମ୍ ମନ୍ଦିର ଶ୍ରୀଲଙ୍କାର ପଶ୍ଚିମରେ ଚିଲାବ ସହରରେ ଅବସ୍ଥିତ । ଯାହା ଏକ ପ୍ରସିଦ୍ଧ ଶିବ ମନ୍ଦିର । ମାନ୍ୟତା ରହିଛି ଆଜି ଯେଉଁଠାରେ ଏହି ମନ୍ଦିର ଅଛି ସେହି ସ୍ଥାନରେ ଭଗବାନ ଶ୍ରୀରାମ ରାବଣଙ୍କୁ ବଧ କରିବା ପରେ ବ୍ରହ୍ମହତ୍ୟାର ପାପରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିଥିଲେ । ଏହି ମନ୍ଦିର ଭଗବାନ ଶିବଙ୍କ ପ୍ରମୁଖ ମନ୍ଦିର ମଧ୍ୟରୁ ଏକ । ପ୍ରତିବର୍ଷ ଏଠାରେ ବାର୍ଷିକ ମୁନ୍ନେଶ୍ୱରମ୍ ମହୋତ୍ସବ ପାଳନ କରାଯାଏ ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିଥା’ନ୍ତି ।
/filters:format(webp)/kanak/media/media_files/2025/08/04/pancha-ishwarams-2025-08-04-19-21-07.jpg)
କେଥୀଶ୍ୱରମ୍ ମନ୍ଦିର-
କେଥୀଶ୍ୱରମ୍ ମନ୍ଦିର ଶ୍ରୀଲଙ୍କାର ଉତ୍ତର ପଶ୍ଚିମରେ ଅବସ୍ଥିତ । ଏହି ମନ୍ଦିର ଭଗବାନ ଶିବଙ୍କର ପ୍ରମୁଖ ପାଞ୍ଚ ମନ୍ଦିର ମଧ୍ୟରୁ ଏକ । ଯାହା ମନ୍ନାରରେ ଅବସ୍ଥିତ । ପୌରାଣିକ କଥା ଅନୁସାରେ ଲଙ୍କାପତି ରାବଣର ପତ୍ନୀ ମନ୍ଦୋଦରୀଙ୍କ ଘର ମନ୍ଥାଇରେ ଥିଲା ଏବଂ ମନ୍ଦୋଦରୀଙ୍କ ପିତା ମହାଦେବଙ୍କ ପୂଜା କରିବା ପାଇଁ ତିରୁକେତୀଶ୍ୱରମର ପ୍ରାଚୀନ ମନ୍ଦିର ନିର୍ମାଣ କରିଥିଲେ । ଏହା ମଧ୍ୟ ମାନ୍ୟତା ଅଛି କି ମହର୍ଷି ଭୃଗୁ ଏବଂ ଗ୍ରହ ଦେବତା କେତୁ ଏହି ମନ୍ଦିରରେ ଭଗବାନ ଶିବଙ୍କର ପୂଜା କରିଥିଲେ । ଏହି ପ୍ରକାର ଏହି ମନ୍ଦିରର ନାମ “କେତୀଶ୍ୱରମ୍” ବା କେଥୀଶ୍ୱରମ୍ ପଡ଼ିଲା ।
ତକୋଣେଶ୍ୱରମ୍ ମନ୍ଦିର-
ତକୋଣେଶ୍ୱରମ୍ ମନ୍ଦିର ଶ୍ରୀଲଙ୍କାର ଦକ୍ଷିଣ ତଟରେ ଅବସ୍ଥିତ । ଏହି ମନ୍ଦିରର ଉଲ୍ଲେଖ ରାମାୟଣ ଏବଂ ମହାଭାରତରେ ମଧ୍ୟ ମିଳେ । ଏହି ମନ୍ଦିର ମଧ୍ୟ ମହାଦେବଙ୍କୁ ସମର୍ପିତ ।
ନାଗୁଲେଶ୍ୱରମ୍ ମନ୍ଦିର-
ନାଗୁଲେଶ୍ୱର ମନ୍ଦିର ଶ୍ରୀଲଙ୍କାର ଉତ୍ତର ଜାଫ୍ନା ନିକଟ କିରୀମାଲାଇରେ ଅବସ୍ଥିତ । ଯାହା ପ୍ରଭୁ ଶିବଙ୍କୁ ସମର୍ପିତ ଏବଂ ଶ୍ରୀଲଙ୍କାର ପଞ୍ଚ ଈଶ୍ୱରାମ ମଧ୍ୟରୁ ଗୋଟିଏ । ମନ୍ଦିର ପାଖରେ ପ୍ରକୃତିର କୂଳୁକୂଳୁ ନାଦ କିରୀମାଲାଇ ଝରଣାର ଶବ୍ଦ ଶୁଣିବାକୁ ମିଳେ । ସବୁ ମନ୍ଦିର ଭିତରୁ ଏହି ମନ୍ଦିରଟି ସର୍ବ ପୁରାତନ ।