କନକ ବ୍ୟୁରୋ: ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଏସିଆ କପ୍ ବଧିର କ୍ରିକେଟ୍ ପ୍ରତିଯୋଗିତାର ଶନିବାର ମ୍ୟାଚ୍ରେ ଶ୍ରୀଲଙ୍କା ୬ ୱିକେଟ୍ରେ ନେପାଳକୁ ପରାସ୍ତ କରିଛି । ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନେପାଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଶ୍ରୀଲଙ୍କା ବୋଲିଂ ବାହିନୀର ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନି ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୬୧ ରନ୍ କରିପାରିଥିଲା । ଶ୍ରୀଲଙ୍କା ପକ୍ଷରୁ ଗିସାନ ଲାସିଡୁ ଡି’ସିଲ୍ଭା ୪ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ମାତ୍ର ୯ ରନ୍ ବିନିମୟରେ ୪ ୱିକେଟ୍ କରାୟତ୍ତ କରିଥିଲେ । ଶ୍ରୀଲଙ୍କା ୬୪ ରନ୍ର ବିଜୟ ଲକ୍ଷ୍ୟକୁ କେବଳ ୧୦.୩ ଓଭରରେ ୪ୱିକେଟ୍ ହରାଇ ହାସଲ କରି ନେଇଥିଲା । ଡି’ସିଲ୍ଭା ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ନ୍ୟୁରୋସର୍ଜନ ସାମି ସଲିମ, ପୂର୍ବତନ ଫୁଟ୍ବଲର୍ ମୋକିମ ଖାନ୍, ଏଡିସିଏ ଓ ଆଇଡିସିଏ ସଭାପତି ସୁମିତ ଜୈନ ଓ ସାଗରକାନ୍ତ ସେନାପତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।
ଏହା ବି ପଢ଼ନ୍ତୁ: ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ଶୃଙ୍ଖଳା ବିଜୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/kfc-2026-02-21-22-23-27.jpg)