କନକ ବ୍ୟୁରୋ: ରବିବାରର ତୃତୀୟ ତଥା ଶେଷ ବିଶ୍ବକପ୍ ମ୍ୟାଚ୍ରେ ଶ୍ରୀଲଙ୍କା ୨୦ ରନ୍ରେ ଆୟର୍ଲାଣ୍ଡକୁ ହରାଇଛି। ଶ୍ରୀଲଙ୍କା ୧୬୪ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଅନଭିଜ୍ଞ ଆୟର୍ଲାଣ୍ଡ ନିୟମିତ ବ୍ୟବଧାନର ୱିକେଟ୍ ହରାଇ ମାତ୍ର ୧୪୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ସହଆୟୋଜକ ଶ୍ରୀଲଙ୍କା ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା। ରବିବାର କଲମ୍ବୋର କଠିନ ପିଚ୍ରେ ଆୟର୍ଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ୨୮ ରନ୍ରେ ପ୍ରଥମ ଏବଂ ୬୮ ରନ୍ରେ ଆୟୋଜକ ଶ୍ରୀଲଙ୍କାର ତିନିଟି ୱିକେଟ୍ ଝାଡ଼ି ଏହି ଦଳର ବୋଲର୍ମାନେ ନିଜ ଅଧିନାୟକ ପଲ୍ ଷ୍ଟର୍ଲିଂଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ବି ରଖିଥିଲେ। ଏପରିକି ମାପଚୁପ ବୋଲିଂ କରି ପ୍ରତିଟି ରନ୍ ପାଇଁ ଶ୍ରୀଲଙ୍କା ବ୍ୟାଟର୍ଙ୍କୁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ। ଫଳରେ ସିଂହଳୀ ଦଳ ୧୫.୩ ଓଭରରେ କଷ୍ଟେମଷ୍ଟେ ୧୦୦ ରନ୍ ପୂରଣ କରିଥିଲା। ଏହି ଦଳ ଦେଢ଼ ଶହ ରନ୍ ଛୁଇଁବାକୁ ସଂଘର୍ଷ କରୁଥିଲା ବେଳେ କୁଶାଲ ମେଣ୍ଡିସ୍ ଓ କାମିନ୍ଦୁ ମେଣ୍ଡିସ୍ ଶେଷ ୫ ଓଭରରେ ଆୟର୍ଲାଣ୍ଡ୍ ବୋଲରଙ୍କୁ ପ୍ରତି ଆକ୍ରମଣ କରି ୬୬ ରନ୍ ଅମଳ କରିଥିଲେ। ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୩ ରନ୍ର ସମ୍ମାନଜନକ ସ୍କୋର୍ କରି ନେଇଥିଲା। କୁଶାଲ ଓ କାମିନ୍ଦୁ ପଞ୍ଚମ ୱିକେଟ୍ରେ ୬୭ ରନ୍ ଯୋଡ଼ିବା ଥିଲା ଶ୍ରୀଲଙ୍କା ପାଳିର ସବୁଠୁ ବଡ଼ ଭାଗୀଦାର। ହେଲେ ଏହି ରନ୍ ଶେଷରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍ ଜିତିବା ଲାଗି ପର୍ଯ୍ୟାପ୍ତ ହୋଇଥିଲା। ସଂକ୍ଷିପ୍ତ ସ୍କୋର୍: ଶ୍ରୀଲଙ୍କା ୨୦ ଓଭରରେ-୧୬୩/୬ (କୁଶାଲ ମେଣ୍ଡିସ୍ ୫୬*, କାମିନ୍ଦୁ ମେଣ୍ଡିସ୍ ୪୪, ପଥୁମ ନିସଙ୍କା ୨୪, ଜର୍ଜ ଡକରେଲ୍ ୨/୧୭, ବାରି ମ୍ୟାକ୍କାର୍ଥୀ ୨/୪୦, ଗ୍ୟାରେଥ ଡେଲାନି ୧/୨୪)। ଆୟର୍ଲାଣ୍ଡ୍ ୧୯.୫ ଓଭରରେ- ୧୪୩ (ହ୍ୟାରି ଟେକ୍ଟର ୪୦, ରସ୍ ଆଦେର୍ ୩୪, ଲୋର୍କାନ ଟକର ୨୧, ମହିଶା ତିକ୍ଷଣା ୩/୨୩, ୱାନିନ୍ଦୁ ହସରଙ୍ଗା ୩/୨୫, ମହିଶା ପଥିରଣା ୩/୨୬)।
ଆୟର୍ଲାଣ୍ଡ୍କୁ ୨୦ ରନ୍ରେ ହରାଇଲା ଶ୍ରୀଲଙ୍କା
ଶ୍ରୀଲଙ୍କା ୧୬୪ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଅନଭିଜ୍ଞ ଆୟର୍ଲାଣ୍ଡ ନିୟମିତ ବ୍ୟବଧାନର ୱିକେଟ୍ ହରାଇ ମାତ୍ର ୧୪୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ସହଆୟୋଜକ ଶ୍ରୀଲଙ୍କା ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା।
/kanak/media/media_files/2026/02/08/srilanka-beat-ireland-2026-02-08-23-28-53.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)