ଭେଜାଲ ଘିଅରେ ପ୍ରସ୍ତୁତ ହେଉଛି ଶ୍ରୀ ବଳଦେବଜୀଉଙ୍କ ପ୍ରସାଦ ; କେନ୍ଦ୍ରାପଡାରେ ଚାଞ୍ଚଲ୍ୟ

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଅପମିଶ୍ରିତ ଘିଅରେ ପ୍ରସ୍ତୁତ ହେଉଛି ବଳଦେବଜୀଉଙ୍କ ନିତ୍ୟ ଭୋଗ । ଏହି ଖବର ସାମ୍ନାକୁ ଆସିବା ପରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

393333333

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଅପମିଶ୍ରିତ ଘିଅରେ ପ୍ରସ୍ତୁତ ହେଉଛି ବଳଦେବଜୀଉଙ୍କ ନିତ୍ୟ ଭୋଗ । ଏହି ଖବର ସାମ୍ନାକୁ ଆସିବା ପରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଏହାର ଘିଅର ମାନକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।   
 

ତିରୁପତିଙ୍କ ଲଡୁରେ ପଶୁ ଚର୍ବି ମିଶିବା ଅଭିଯୋଗ ପରେ ଏଭଳି ଖବରକୁ ନେଇ ଏବେ ଚର୍ଚ୍ଚା । ଏହାପରେ ପରେ ରାଜ୍ୟର ଅଧିକାଂଶ ମନ୍ଦିରରେ ଲାଗୁଥିବା ଘିଅର ମାନ ଯାଞ୍ଚ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏବେ ତୁଳସୀ କ୍ଷେତ୍ରରେ ମହାପ୍ରଭୁଙ୍କ ଭୋଗକୁ ନେଇ ଏଭଳି ଖବର ସମସ୍ତଙ୍କ ଭାବାବେଗକୁ ଆହତ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe