ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ,  ପୁଣି ଭଣ୍ଡ ସନ୍ନ୍ୟାସକୁ ପରୋକ୍ଷରେ କଲେ ଟାର୍ଗେଟ୍

Advertisment

ଶ୍ରୀମୟୀ କହିଲେ, କର୍ମୀ ବସିଛନ୍ତି ଅନେଇ.. ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ

ଶ୍ରୀମୟୀ କହିଲେ, କର୍ମୀ ବସିଛନ୍ତି ଅନେଇ.. ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ

ପୁଣି ଚର୍ଚ୍ଚାରେ ଶ୍ରୀମୟୀଙ୍କ ପୋଷ୍ଟ

ପୁଣି ଚର୍ଚ୍ଚାରେ ଶ୍ରୀମୟୀଙ୍କ ପୋଷ୍ଟ Photograph: (KanakNews)

କନକ ବ୍ୟୁରୋ :  ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ । ସୋସିଆଲ ମିଡିଆରେ ପୁଣି ଚହଳ ପକାଇଛି ଶ୍ରୀମୟୀଙ୍କ ଟୁଇଟ୍ । ପରୋକ୍ଷରେ ପୁଣି ସନ୍ନ୍ୟାସୀ କହି କଟାକ୍ଷ କରିଛନ୍ତି । ନିଜ ପୋଷ୍ଟରେ ଶ୍ରୀୟମୀ କହିଛନ୍ତି, କର୍ମୀ ବସିଛନ୍ତି ଅନେଇ ।  ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ । ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ ଭୟଙ୍କର । କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ ।

ଏପଟେ  ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ବଳଳିଯିବ କି ନୂଆପଡ଼ା ସମୀକରଣ । ଗୋଟିଏ ପଟେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ତ ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଳମ୍ବ ହେଉଥିବାରୁ ବିଜେପି, ବିଜେଡି ପ୍ରାର୍ଥୀ କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସେଥିପାଇଁ ଜୟ ଢୋଲକିଆ ଏବେ ଫୋକସ୍‌ରେ ରହିଛନ୍ତି । କୁହାଯାଉଛି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe