କନକ ବ୍ୟୁରୋ :  ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ । ସୋସିଆଲ ମିଡିଆରେ ପୁଣି ଚହଳ ପକାଇଛି ଶ୍ରୀମୟୀଙ୍କ ଟୁଇଟ୍ । ପରୋକ୍ଷରେ ପୁଣି ସନ୍ନ୍ୟାସୀ କହି କଟାକ୍ଷ କରିଛନ୍ତି । ନିଜ ପୋଷ୍ଟରେ ଶ୍ରୀୟମୀ କହିଛନ୍ତି, କର୍ମୀ ବସିଛନ୍ତି ଅନେଇ ।  ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ । ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ ଭୟଙ୍କର । କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ ।

Advertisment

ଏପଟେ  ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ବଳଳିଯିବ କି ନୂଆପଡ଼ା ସମୀକରଣ । ଗୋଟିଏ ପଟେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ତ ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଳମ୍ବ ହେଉଥିବାରୁ ବିଜେପି, ବିଜେଡି ପ୍ରାର୍ଥୀ କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସେଥିପାଇଁ ଜୟ ଢୋଲକିଆ ଏବେ ଫୋକସ୍‌ରେ ରହିଛନ୍ତି । କୁହାଯାଉଛି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା କରାଯାଉଛି ।