କନକ ବ୍ୟୁରୋ: ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ବାଲେଶ୍ବର ଜିଲ୍ଲା ପାଇଁ ଭୟ ବଢୁଛି । ସବୁ ଅଧିକାରୀଙ୍କୁ ବାଲେଶ୍ୱରକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂର୍ଯ୍ୟାସ୍ତ ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଏସଆରସି । ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ୧୧ ହଜାର ୧୬ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲା ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି । ୧୦୭୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ୯ ଟି ରିଲିଫ କେନ୍ଦ୍ର କରାଯାଇଛି। ବାଲେଶ୍ୱରରେ ୫ଟି ଓଡ୍ରାଫ ଟିମ, ୧ଟି ଏନଡିଆରଏଫ, ୨୬ଟି ଅତିରିକ୍ତ ଅଗ୍ନିଶମ, ମୟୁରଭଞ୍ଜରେ ୨ଟି ଓଡ୍ରାଫ, ୨୩ଟି ଅଗ୍ନିଶମ ଟିମ, ଭଦ୍ରକରେ ଗୋଟିଏ ଓଡ୍ରାଫ ୧ ଏବଂ ଗୋଟିଏ NDRF, ଏବଂ ୧୩ ଅଗ୍ନିଶମ ଟିମ ମୁତୟନ କରାଯାଇଛି । ଯାଜପୁରରେ ଗୋଟିଏ ଓଡ୍ରାଫ , ୧୪ ଟି ଅଗ୍ନିଶମ ଟିମ  ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ ନିୟୋଜିତ କରାଯାଇଛି। ଅତିରିକ୍ତ SRC, ଅଗ୍ନିଶମ ଅଧିକାରୀଙ୍କୁ ବାଲେଶ୍ୱର ପଠାଯାଇଛି । ଭଦ୍ରକ ଓ ଯାଜପୁରରେ ସ୍ଥିତି ସୁଧୁରୁଛି । ଯେଉଁଠି ପାଣି ଖସୁଛି, ସେଠି ପାଣି ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଭାବେ ଜଳବାହିତ ରୋଗ ନ ହୁଏ ଏବଂ ସାପ କାମୁଡା ବଞ୍ଚିବା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖାଯାଇଛି । ଯେତେ ଦିନ ଆବଶ୍ୟକ ପଡେ, ମାଗଣା ରନ୍ଧା ଖାଦ୍ୟ ଦିଆଯିବ । ସୁବର୍ଣ୍ଣରେଖା ବ୍ୟତୀତ ଅନ୍ୟ କୌଣସି ନଦୀରେ ବିପଦ ନଥିବା କହିଛନ୍ତି ଏସଆରସି ।

Advertisment

ବନ୍ୟା ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଓଡ୍ରାଫ ଟିମ ମୁତୟନ କରାଯାଇଛି । ବାଲେଶ୍ୱର ଜିଲ୍ଲାକୁ ୫ଟି ଓଡ୍ରାଫ ଟିମ୍, ଗୋଟିଏ ଏନଡିଆରଏଫ ଟିମ ଓ ୨୬ଟି ଅଗ୍ନିଶମ ବାହିନୀ ଟିମ ସହ ମୋଟ ୩୨ଟି ଟିମ ମୁତୟନ ହୋଇଛନ୍ତି । ମୟୂରଭଞ୍ଜରେ ଗୋଟିଏ ଓଡ୍ରାଫ୍, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । ଯାଜପୁରରେ ଗୋଟିଏ ଓଡ୍ରାଫ, ୧୪ଟି ଦମକଳବାହିନୀ ଟିମ ନିୟୋଜିତ ହୋଇଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ମୋଟ ୮୬ଟି ଟିମ ନିୟୋଜିତ ହୋଇଛନ୍ତି ।  

ରାଜଘାଟ ଠାରେ ସୁବର୍ଣ୍ଣରେଖା ଜଳସ୍ତର ବଢ଼ି ବର୍ତମାନ ୧୦.୨ ମିଟର ଅଛି । ରାଜଘାଟଠାରେ ୧୦.୩୬ ମିଟର ବିପଦ ସଂକେତ ରହିଛି । ରାତି ୯ଟା ସୁଦ୍ଧା ଜଳସ୍ତର ରାଜଘାଟ ଠାରେ ୧୧.୪ ମିଟର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହେବ । ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ପରିଚାଳନା କରୁଛନ୍ତି । ଆଖୁଆପଦାରେ ବୈତରଣୀ ୧୮.୫୪  ମିଟର ଅଛି, ଯାହା ଖସୁଛି। ରାଜ୍ୟର କୌଣସି ସ୍ଥାନରେ ଗତକାଲି ୫୦ ମିଲିମିଟର ବର୍ଷା ହୋଇନି । ହୀରାକୁଦ ୬୧୪ ଫୁଟରେ ପାଣି ଅଛି। ବର୍ତମାନ ୨୦ଟି ଗେଟ ଖୋଲା ଅଛି। ଆଉ ଅଧିକ ଗେଟ ଖୋଲିବ ନାହିଁ । ରେଙ୍ଗାଲି ଠାରେ ବ୍ରହ୍ମଣୀ ଜଳସ୍ତର ୧୨୧.୨୬ ମିଟର ରହିଛି । ତିନୋଟି ଗେଟ ଖୋଲା ଅଛି। ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡରେ ସ୍ଥିତି ଭଲ ଅଛି । ଜଳକାରେ ପାଣି ଖସୁଛି । ଶୀଘ୍ର ଏହା ବିପଦମୁକ୍ତ ହେବ । ଧାମନଗର ସାମାନ୍ୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।