କନକ ବ୍ୟୁରୋ:ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହିତ ଜାରି ରହିଛି ଉତ୍ତେଜନା । ଏହା ଭିତରେ ଭାରତରେ ଏକ ଗୁପ୍ତଚର ରାକେଟ୍ ଠାବ କରାଯାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ପଞ୍ଜାବ ଏବଂ ହରିୟାଣାରୁ ଛଅ ଜଣ ଗୁପ୍ତଚରଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏମାନେ ହରିୟାଣାର କୈଥଲ, ହିସାର, ନୁହ ଏବଂ ପାନିପତ ଏବଂ ପଞ୍ଜାବର ମାଲେରକୋଟଲାରୁ ଗିରଫ ହୋଇଛନ୍ତି । ଏମାନଙ୍କ ଉପରେ ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗ ରହିଛି ।
ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀଙ୍କୁ ଗିରଫ କରିଛି । ଏହି ୟୁଟ୍ୟୁବର ୨୦୨୩ ମସିହାରେ ତାଙ୍କ ଟ୍ରାଭେଲ୍ ଚ୍ୟାନେଲ୍ "ଟ୍ରାଭେଲ୍ ୱିଥ୍ ଜୋ"ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ସେ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ । ସେବେଠାରୁ ସେ ଲଗାତାର ଭାବରେ ଭାରତ ବିରୋଧୀ ସୂଚନା ପାକିସ୍ତାନକୁ ପଠାଉଥିଲେ ।
ନିକଟରେ ଭାରତ ସରକାର ପାକିସ୍ତାନ ହାଇକମିସନର ଅଧିକାରୀ ଦାନିଶଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାନିଶଙ୍କ ନିର୍ଦ୍ଦେଶରେ କାମ କରୁଥିବା ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ଏହି ୟୁଟ୍ୟୁବରମାନେ ସମସ୍ତେ ଦାନିଶଙ୍କ ସମ୍ପର୍କରେ ଥିଲେ । ୟୁଟ୍ୟୁବର ଜ୍ୟୋତି ମଧ୍ୟ ଦାନିଶଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ତାଙ୍କୁ ଭିସା କରାଇ ପାକିସ୍ତାନ ପଠାଇଥିଲେ ।
ଜେରା ସମୟରେ ଜ୍ୟୋତି ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି
ଏହି ମାମଲାରେ ଜ୍ୟୋତି ରାଣୀଙ୍କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଜେରା ସମୟରେ ଜ୍ୟୋତି ରାଣୀ କହିଥିଲେ ଯେ ମୁଁ ୨୦୨୩ ମସିହାରେ ପାକିସ୍ତାନ ଭିସା ପାଇଁ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ଯାଇଥିଲି । ସେଠାରେ ମୁଁ ଅହସାନ-ଉର-ରହିମ ଓରଫ ଦାନିଶକୁ ଭେଟିଥିଲି । ମୁଁ ଦାନିଶର ମୋବାଇଲ୍ ନମ୍ବର ନେଇଥିଲି,ଏହା ପରେ ମୁଁ ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କଲି । ସେ ଭିସା କରାଇବା ପରେ ମୁଁ ଦୁଇଥର ପାକିସ୍ତାନ ଯାତ୍ରା କଲି । ଦାନିଶଙ୍କ କହିବା ଅନୁସାରେ, ମୁଁ ତାଙ୍କ ପରିଚିତ ଅଲି ଅହୱାନଙ୍କୁ ଭେଟିଲି, ଯିଏ କି ମୋର ରହିବା ଏବଂ ବୁଲାବୁଲି କରିବାର ବ୍ୟବସ୍ଥା କରିଥିଲେ । ଏହା ପରେ ଅଲି ଅହୱାନ ପାକିସ୍ତାନୀ ସୁରକ୍ଷା ଏବଂ ଗୁଇନ୍ଦା ଅଧିକାରୀଙ୍କ ସହ ମୋର ସାକ୍ଷାତ ବ୍ୟବସ୍ଥା କରିଥିଲେ । ତାଙ୍କୁ ଦେଖା କରିବା ପରେ ମୁଁ ଭାରତକୁ ଫେରି ଆସିଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/17/UmhwyrMZUpV8icetLp1z.jpg)