କନକ ବ୍ୟୁରୋ;  ଆଇସିସି ମହିଳା ବିଶ୍ୱକପ୍ ଖେଳିବାକୁ ଭାରତ ଆସିଥିବା ଅଷ୍ଟ୍ରେଲିଆ ଦଳର ଦୁଇଜଣ ମହିଳା ଖେଳାଳିଙ୍କୁ ଇନ୍ଦୋରରେ ଦୁବ୍ୟବହାର ଅଭିଯୋଗ । ଗୁରୁବାର ଦିନ ଉଭୟ ଖେଳାଳି ହୋଟେଲରୁ ଏକ କାଫେକୁ ଚାଲି ଚାଲି ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କ୍ରୀଡ଼ା ଜଗତରେ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ? ପୋଲିସ୍‌ ସିସିଟିଭି ଆଧରରେ ଅଭିଯୁକ୍ତକୁ ଗିରଫ କରିଛି । 
 
ଦୁଇ ଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଦୁବ୍ୟବହାର ଘଟଣା ପ୍ରକାଶ ପାଇବା ପରେ ପୋଲିସ ଅଞ୍ଚଳର ସିସିଟିଭି ଫୁଟେଜ୍ ସମୀକ୍ଷା କରିଥଲା। ଅଭିଯୁକ୍ତକୁ ଉଭୟ ମହିଳା କ୍ରିକେଟର ଚିହ୍ନଟ କରିଥିଲେ।ଅଭିଯୁକ୍ତ ଆକିଲ ପୂର୍ବରୁ ଅପରାଧିକ ମାମଲାରେ ଜଡିତ । ଘଟଣା ପରେ, ହୋଟେଲ ଏବଂ ଷ୍ଟାଡିୟମରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସେପଟେ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ କଂଗ୍ରେସ୍‌ । ପ୍ରଶ୍ନ ଉଠାଇଛି ଅତିଥିଙ୍କୁ ଏମିତି ଦିଆଯାଏ ସମ୍ମାନ ? 
 
ଅଭିଯୁକ୍ତ ଆକିଲ, ଆଜାଦନଗରର ବାସିନ୍ଦା। ଧାରା ୭୪ ଏବଂ ୭୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ସଦସ୍ୟମାନେ ସେମାନଙ୍କ ହୋଟେଲରୁ ଏକ କାଫେକୁ ଯାଉଥିବା ବେଳେ ଆକିଲ୍‌ ଦୁବ୍ୟବହାର କରିଥିଲା  
 

Advertisment