ଭୁବନେଶ୍ୱର ସୈନିକ ସ୍କୁଲରେ କ୍ରୀଡ଼ା ପ୍ରତିଯୋଗୀତା ଉଦଘାଟିତ, ଭାଗନେଲେ ୬ଶହ କ୍ୟାଡେଟ୍

ସମାରୋହର ଆରମ୍ଭ  ସୈନିକ ସ୍କୁଲ୍ ଭୁବନେଶ୍ୱରର ପ୍ରିନସିପାଲ କର୍ଣ୍ଣଲ ପଙ୍କଜ କୁମାରଙ୍କର ସ୍ବାଗତ ଉଦବୋଧନ ସହ ହୋଇଥିଲା । ସେ ତାଙ୍କର ଉଦବୋଧନରେ କହିଥିଲେ ଯେ କ୍ରୀଡା ଶୃଙ୍ଖଳା ଓ ନେତୃତ୍ୱ ଗୁଣ ବିକଶିତ କରିବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକାଗ୍ରହଣ କରେ। ଏହି ବାର୍ଷିକ ଅଥଲେଟିକ୍ସ ମିଟ୍ ସ୍କୁଲ୍‌ର ଦୀର୍ଘକାଳୀନ ପରମ୍ପରାର ଅଂଶ, ଯେଉଁଥିରେ ସମଗ୍ର ଉନ୍ନତି ପାଇଁ କ୍ୟାଡେଟମାନଙ୍କୁ ପ୍ରେରିତ କରାଯାଏ ବୋଲି ନିଜର ଅଭିଭାଷଣ ରେ ବ୍ୟକ୍ତ କରିଛନ୍ତି ।

sainika

କନକ ବ୍ୟୁରୋ : ସୈନିକ ସ୍କୁଲ୍ ଭୁବନେଶ୍ୱରର ବାର୍ଷିକ କ୍ରୀଡା ପ୍ରତିଯୋଗିତା –୨୦୨୫ ର ଉଦ୍ଘାଟନୀ ସମାରୋହ ୩ ଡିସେମ୍ବର ୨୦୨୫ ରେ ସ୍କୁଲ୍ ଗାନ୍ଧୀ ଗ୍ରାଉଣ୍ଡରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଅଛି ।

ସମାରୋହର ଆରମ୍ଭ  ସୈନିକ ସ୍କୁଲ୍ ଭୁବନେଶ୍ୱରର ପ୍ରିନସିପାଲ କର୍ଣ୍ଣଲ ପଙ୍କଜ କୁମାରଙ୍କର ସ୍ବାଗତ ଉଦବୋଧନ ସହ ହୋଇଥିଲା । ସେ ତାଙ୍କର ଉଦବୋଧନରେ କହିଥିଲେ ଯେ କ୍ରୀଡା ଶୃଙ୍ଖଳା ଓ ନେତୃତ୍ୱ ଗୁଣ ବିକଶିତ କରିବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକାଗ୍ରହଣ କରେ। ଏହି ବାର୍ଷିକ ଅଥଲେଟିକ୍ସ ମିଟ୍ ସ୍କୁଲ୍‌ର ଦୀର୍ଘକାଳୀନ ପରମ୍ପରାର ଅଂଶ, ଯେଉଁଥିରେ ସମଗ୍ର ଉନ୍ନତି ପାଇଁ କ୍ୟାଡେଟମାନଙ୍କୁ ପ୍ରେରିତ କରାଯାଏ ବୋଲି ନିଜର ଅଭିଭାଷଣ ରେ ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରିଜିଅନାଲ ସେଣ୍ଟର, ଇସିଏଚଏସ, ଭୁବନେଶ୍ୱରର ନିର୍ଦ୍ଦେଶକ କର୍ଣ୍ଣଲ କେ. ଜୟପାଲ ଉପସ୍ଥିତ ଥିଲେ। ନିଜ ଉତ୍ସାହଦାୟକ ଉଦ୍ଘାଟନୀ ଅଭିଭାଷଣରେ ରେ ସେ ବିଦ୍ୟାଳୟରେ ଶିକ୍ଷା ଏବଂ କ୍ରୀଡା — ଉଭୟ ପରସ୍ପର ର ପରିପୂରକ ବୋଲି ବର୍ଣ୍ଣନା କରିବା ସହ କ୍ୟାଡେଟମାନଙ୍କୁ ଉତ୍ସାହ ଓ ନିଷ୍ଠା ସହ କ୍ରୀଡାରେ ଯୋଗଦେବା ଏବଂ ନ୍ୟାୟସଙ୍ଗତ କ୍ରୀଡାଧର୍ମକୁ ଉଚିତ ମାନ୍ୟତା ଦେବାକୁ ଆହ୍ୱାନ କରିଥିଲେ। ପରେ ସେ ବିଧିବତ୍ ଭାବରେ ଅଥଲେଟିକ୍ସ ମିଟ୍‌କୁ ଉଦ୍ଘାଟନ କଲେ, ଯାହା ସହିତ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତାର ଆରମ୍ଭ ହେଲା ।

ଏହି ବର୍ଷର ମିଟ୍‌ରେ ୬୦୦ କ୍ୟାଡେଟ୍, ୧୩ଟି ଆବାସ ପ୍ରତିନିଧିତ୍ୱକୁ ନେଇ, ୩୦ରୁ ଅଧିକ ଟ୍ରାକ୍ ଓ ଫିଲ୍ଡ୍ ଇଭେଣ୍ଟ‌ର ଆୟୋଜନ କରାଯାଇଛି। ଆକର୍ଷଣୀୟ ମାର୍ଚ୍ଚପାଷ୍ଟ, ବିବିଧରଙ୍ଗୀୟ ହାଉସ୍ କଣ୍ଟିଜେଣ୍ଟ୍‌ମାନଙ୍କ ଉପସ୍ଥାନ ଓ ଉତ୍କୃଷ୍ଟ ଶିଷ୍ଟାଚାର ପ୍ରଦର୍ଶନ ପ୍ରତିଯୋଗିତା ପାଇଁ ଉତ୍ସାହଜନକ ପରିବେଶ ସୃଷ୍ଟି କରିଥିଲା ।

ଉଦ୍ଘାଟନୀ ସମାରୋହ ଉତ୍ସାହ ଓ ଉଦ୍ଦୀପନା  ମଧ୍ୟରେ ସମାପ୍ତ ହେଲା, ଯେଉଁଠାରେ କ୍ୟାଡେଟମାନେ ନିଜ ନିଜର  କୌଶଳ ଓ କ୍ରୀଡାକୁଶଳତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe