କନକ ବ୍ୟୁରୋ : ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଆଜି ରାଜ୍ୟ ସରକାର ଙ୍କ କ୍ରୀଡା ବିଭାଗ ପକ୍ଷରୁ ବିଜୁ ପଟନାୟକ କ୍ରୀଡା ପୁରସ୍କାର ଏବଂ ବିଜୁ ପଟନାୟକ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି।ରାଜ୍ୟ କନଭେନସନ ହାଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି। ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ରୁଦ୍ର ପ୍ରାସାଦ ମଲ୍ଲିକ ୨ଲକ୍ଷ ଟଙ୍କା ପୁରସ୍କାର ରାଶି। ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରା, ଦୁଇ ଲକ୍ଷ ଟଙ୍କା। ଶ୍ରେଷ୍ଠ ଉଦୀୟମାନ କ୍ରୀଡା ପୁରସ୍କାର ଭାରୋଉତ୍ତୋଳିକା ଶୁଚିସ୍ମିତା ଭୋଇ, ୨ଲକ୍ଷ ଟଙ୍କା। ରୂପନ୍ୱିତା ପଣ୍ଡା, ଶ୍ରେଷ୍ଠ ଟେକ୍ନିକାଲ ଅଫିସର, ୨ଲକ୍ଷ ଟଙ୍କା। ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ ମହମଦ ଜାଫର ଇକବାଲ, ୨ଲକ୍ଷ ଟଙ୍କା। ଶ୍ରେଷ୍ଠ କୋଚ ହକି କୋଚ ବିଜୟ କୁମାର ଲାକ୍ରା, ୨ଲକ୍ଷ ଟଙ୍କା। ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ନାଲକୋ କୁ ଦିଆଗଲା। ୨ଲକ୍ଷ ଟଙ୍କା। ଶ୍ରେଷ୍ଠ କ୍ରୀଡ଼ାବିତ ଜାଭେଲିନ ଥ୍ରୋ ରେ କିଶୋର କୁମାର ଜେନା ଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି।।ହକି ଲିଜେଣ୍ଡ ଲାଜରୁସ ବାର୍ଲା ଙ୍କୁ ଜୀବନ ବ୍ୟାପି ସାଧନ ପୁରସ୍କାର ୪ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଗଲା।
ପାଳିତ ହେଲା ଜାତୀୟ କ୍ରୀଡା ଦିବସ । କ୍ରୀଡା ବିଭାଗ ତରଫରୁ ବିଜୁପଟ୍ଟନାୟକ କ୍ରୀଡା ଓ ସହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Advertisment
Follow Us