କନକ ବ୍ୟୁରୋ: ଭୁବନେଶ୍ୱର ବିଜେଡିରେ ଫାଟ ପରେ ଏବେ ବ୍ରହ୍ମପୁର ବିଜେଡିରେ ଦେଖିବାକୁ ମିଳିଛି ବଡ଼ ଫାଟ । ମେୟରଙ୍କ ବିରୋଦ୍ଧରେ ମେଳି ବାନ୍ଧିଛନ୍ତି ୨୫ରୁ ଅଧିକ କର୍ପୋରେଟର । ପାର୍କରୁ ଆସୁଥିବା ଭଡ଼ା ଟଙ୍କାକୁ ନେଇ ଦେଖାଦେଇଛି ବିବାଦ । ଏହାକୁ ନେଇ ମେୟରଙ୍କୁ ଟାର୍ଗେଟ କରିଛନ୍ତି କର୍ପୋରେଟର ।
ବ୍ରହ୍ମପୁର ବିଜେଡ଼ିରେ ଫାଟ । ବ୍ରହ୍ମପୁରରେ ଥିବା ରାମଲିଙ୍ଗମ ପାର୍କରୁ ମିଳୁଥିବା ଭଡ଼ା ଟଙ୍କାକୁ ନେଇ ମେୟରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କର୍ପୋରେଟର । ସମ୍ବାଦିକ ସମ୍ମିଳନୀ କରି କର୍ପୋରେଟର ମାନେ କହିଛନ୍ତି, ପାର୍କରୁ ମିଳୁଥିବା ମାସିକ ପ୍ରାୟ ୬୩ ଲକ୍ଷ ଟଙ୍କାକୁ ଏକ ଫେକ ଟ୍ରଷ୍ଟକୁ ଦିଆଯାଇଛି । ୨୦୧୬ ମସିହାରେ ଚୁକ୍ତିନାମା ଅନୁସାରେ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲା ବିଏମଇସି । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ହାଇକୋର୍ଟରେ କେଶ ଚାଲିଥିବା ବେଳେ, କେଉଁ ନିୟମ ଆଧାରରେ ଟଙ୍କା ଦିଆଗଲା? ବୋଲି ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ,ଯେ ପର୍ୟ୍ୟନ୍ତ ଲୋକଙ୍କ ପଇସା ହେରଫେର୍ ହେଉଛି ଲଢିବେ ବୋଲି କହଛନ୍ତି ।
ରାମଲିଙ୍ଗମ ଉଦ୍ୟାନ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଦାୟର ସବୁ ହିସାବ ଦେବାକୁ ଦାବୀ କରିଛନ୍ତି କର୍ପୋରେଟର । ଭଡ଼ା ବାବଦକୁ କେତେ ଆୟ ହୋଇଛି, ପରିଚାଳନା ପାଇଁ କେତେ ଖର୍ଚ୍ଚ ହୋଇଛି, ଟ୍ରଷ୍ଟକୁ କେତେ ଦିନ ପାଇଁ ଏହି ୬୩ ଲକ୍ଷ ଟଙ୍କା ଦିଆଯାଇଛି, ତାର ହିସାବ ବିଇଏମସି ଦେଉ । ସେପଟେ କର୍ପୋରେଟରଙ୍କ ଟଙ୍କା ହେର୍ଫେର୍ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ମେୟର । ଆଇନ ଅନୁଯାୟୀ ଟ୍ରଷ୍ଟକୁ ଟଙ୍କା ଦିଆଯାଇଛି । ଭୁବନେଶ୍ୱରରେ କର୍ପୋରେଟରଙ୍କ ମେଳି ପରେ ବ୍ରହ୍ମପୁରରେ କର୍ପୋରେଟର ମେଳି ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ହେଇଛି । ଅବୁଝାଙ୍କୁ କେମିତି ବୁଝାଯିବ, ଫାଟକୁ କେମିତି ଯୋଡ଼ିହେବ, ତାହା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ।