November Cyclone to Hit Odisha : ଏଥର ଓଡ଼ିଶା ଛୁଇଁବ ବାତ୍ଯା ?

ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି ।

Cyclone Alert

Cyclone Alert Photograph: (Kanak News)

କନକ ବ୍ୟୁରୋ: ମୋନ୍ଥା ଯାଉ ଯାଉ ପୁଣି ଆସିଲାଣି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ବାତ୍ୟାର ରୂପ ନେଇପାରେ । ଆଉ ଏହି ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଚିନ୍ତା ବଢ଼ିଲାଣି । ୱିଣ୍ଡିର ଆକଳନ ଅନୁସାରେ ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା । ଡିସେମ୍ବର ୧ରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଲଘୁଚାପ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି I ଲଘୁଚାପ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇପାରେ । ଏହା ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଆହୁରି ପଢ଼ନ୍ତୁ : ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ : ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ


ନଭେମ୍ବରରେ ବାତ୍ୟା
ଏଥର ଓଡ଼ିଶାରେ ହିଟ୍‌
ବଢିଲା ଚିନ୍ତା, ଛାନିଆ ଲୋକେ
ଅକ୍ଟୋବରରେ ବାତ୍ୟା ହେଲା
ନଭେମ୍ବର ଓ ଡିସେମ୍ବରରେ ବି ବାତ୍ୟା

ଅକ୍ଟୋବର ମାସ ହେଲା କ୍ଷଣି ବାତ୍ୟାର ଭୟ ରହେ ଓଡ଼ିଶାକୁ । ଚଳିତ ବର୍ଷ ବି ଅକ୍ଟୋବରରେ ବାତ୍ୟା ଆସିଥିଲା । ହେଲେ ନଭେମ୍ବର ଶେଷ ଆଡ଼କୁ ପୁଣି ଥରେ ବାତ୍ୟା ଆସୁଥିବା କାରଣରୁ ଏଥର ଚିନ୍ତା ବଢ଼ିଲାଣି । ତେବେ ବାତ୍ୟା ହେବ କି ନାହିଁ ସେନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବି ୱିଣ୍ଡିର ପୂର୍ବାନୁମାନ ଏବେ ଚିନ୍ତା ବଢ଼ାଇଲାଣି ।  
ଆମେରିକୀୟ ପାଣିପାଗ ମଡେଲ୍ GFS ଅନୁମାନ କରିଛି, ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ସେହିପରି ୟୁରୋପୀୟ ମଡେଲ ECMWF ପୂର୍ବାନୁମାନ କରିଛି, ନଭେମ୍ବର ୨୫ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ । ଯଦି ଏହା ବାତ୍ୟା ହୁଏ, ତେବେ ଏହାର ନାଁ ରହିବ ସେନ୍ୟାର ।

ଆହୁରି ପଢ଼ନ୍ତୁ : ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ : ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ

ତେବେ ପାଣିପାଗ ବିଭାଗର ବିଭିନ୍ନ ମଡେଲ୍‌ କହୁଛନ୍ତି ଯେ ୨୯ ଓ ୩୦ ତାରିଖରେ ଗଭୀର ଅବପାତ ସୃଷ୍ଟ ହେବା ପରେ ଏହା ଅତି ଭୀଷଣ ବାତ୍ୟା ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁଇବାର  ସମ୍ଭାବନା ଅଧିକ ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହାର ସମୟ କିମ୍ବା ସ୍ଥାନ ଆକଳନ କରିବା ଏବେ ସମ୍ଭବପର ନୁହେଁ । କାରଣ  ଏହି ପ୍ରଣାଳୀ ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ରହିଛି । ଲ୍ୟାଣ୍ଡଫଲ୍‌ ପାଇଁ ଆହୁରି ସପ୍ତାହେ ସମୟ ରହିଥିବାରୁ ଆକଳନ ଠିକ୍‌ ଭାବେ ହୋଇ ପାରୁନାହିଁ । ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍‌ କଲେ ମଧ୍ୟ ବର୍ଷାର ସମ୍ଭାବନା ରହିଥିବା ନେଇ ଆକଳନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe