କନକ ବ୍ୟୁରୋ: ଆଗକୁ ପୂଜା ଆସୁଛି । ଚାରିଆଡ଼େ ଉତ୍ସବର ମାହୋଲ । ଆଉ ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟ୍ ଘଟଣା ବଢ଼ିବାର ଲାଗିଛି । ବିଭିନ୍ନ ଗାଁରୁ ଚୋରି ଡକାୟତିର ଖବର ସାମନାକୁ ଆସୁଛି । ରାତି ତ’ ରାତି ଦିନରେ ବି ଏବେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି ଲୋକ । କାରଣ କେତେବେଳେ ଯେ କାହା ଘରେ କଳାକନା ବୁଲିଯିବ ତାର କୌଣସି ଠିକଣା ନାହିଁ । କେନ୍ଦୁଝର ଆନନ୍ଦପୁର ଥାନା ମଠସାହିରେ ଦୁର୍ବୃତ୍ତମାନେ ଏକକାଳୀନ ୩ ଜଣଙ୍କ ଘରେ ପଶି ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ କିଛି ଦିନ ହେଲା ଛେଳି ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ଛେଳିଙ୍କୁ ଊଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ବଜାର ବିଲମ୍ବିତ ରାତିରେ ଦୋକାନ ତାଲା କାଟି ଲକ୍ଷାଧିକ ଟଙ୍କାର କଂସା ବାସନ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଭୋଗରାଇ ବ୍ଲକ କମର୍ଦ୍ଦା ବଜାରରେ ଥିବା ବ୍ୟାଙ୍କ ଅଫ୍ ଇଣ୍ତିଆ ଏଟିଏମରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଖବର ସାମନାକୁ ଆସିଛି । ସେହିପରି ଆସ୍କା ମୋହନ କଲୋନୀରେ ଜଣେ ଶିକ୍ଷକଙ୍କ ଘରେ ପଶି ପାଖାପାଖି ୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଚୋରି କରିନେଇଛନ୍ତି ଦୁବୃର୍ତ୍ତ ।
ପୁଲିସକୁ ଡରଭୟ ନାହିଁ, ପୂଜା ପୂର୍ବରୁ ଟେନ୍ସନ୍ ଦେଲେଣି ଚୋର
ପୂଜା ପୂର୍ବରୁ ସବୁଆଡେ ମାତିଲେଣି ଚୋର । ଘରୁ ବାହାରିବାକୁ ଲାଗୁଛି ଡର । ଖଲ୍ଲିକୋଟରେ ଦାମୀ କାର୍ରେ ଆସି ଛେଳି ଚୋରି କଲେ ଦୁର୍ବୃତ୍ତ । ବାଲେଶ୍ୱର କମର୍ଦ୍ଦାରେ ଏଟିଏମରୁ ଲୁଟ୍ ।
/kanak/media/media_files/2025/09/19/24-choro-2025-09-19-17-30-43.jpg)