କନକ ବ୍ୟୁରୋ : ଗତ କିଛି ଦିନ ହେବ ରାଜଧାନୀରେ ଆତଙ୍କ ରଚିଥିବା ଚୋର ସ୍ପାଇଡକୁ ନେଇ ଝାଡପଡା ଜେଲରେ ବଢିଛି ସୁରକ୍ଷା ବ୍ୟବସ୍ଥା । ସ୍ପାଇଡର ସତୀଶକୁ ନେଇ ଝାରପଡା ଜେଲ ଭିତରେ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର ସତୀଶ ଓରଫ ସତୀଶ ରେଡ୍ଡୀ । ଯେଉଁଠି ୨୪ ଘଣ୍ଟିଆ CCTV ସର୍ଭିଲାନ୍ସ ସହ ସୁରକ୍ଷା କର୍ମୀ ପଇଁତରା ମାରୁଛନ୍ତି । ସବୁ ସମୟରେ ସ୍ପାଇଡର ସତୀଶ ଉପରେ ନଜର ରଖା ଯାଇଛି ।  କାରଣ ସ୍ପାଇଡରର ପୂର୍ବ ହିଷ୍ଟ୍ରି ହିଁ କିଛି ଏହିପରି । ଜେଲେ କାନ୍ଥ ଡେଇଁ ଖସିଯିବାର ସ୍ପାଇଡର ପାଇଁ କିଛି ବଡ କଥା ନୁହେଁ । 

Advertisment

ଜେଲ ସୁରକ୍ଷା ନେଇ ଝାରପଡା ଜେଲ ଅଧକ୍ଷକ ମନୋରଞ୍ଜନ ପ୍ରତିହାରୀ  କହିଛନ୍ତି, ସ୍ପାଇଡରର ସବୁ କାର୍ୟ୍ୟକଳାପ ଉପରେ ପୋଲିସ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା ଜେଲରେ କୌଣସି ଆକ୍ଟିଭିଟି ଦେଖିବାକୁ ମିଳିନି । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର୍ । ଲକର୍ ଭିତରେ ସ୍ପାଇଡରକୁ ରଖାଯାଇଛି । ଲକର୍ ଭିତରେ ତାକୁ ଖାଇବାକୁ ଦିଆଯାଉଛି । କିନ୍ତୁ ଅନ୍ୟ ଅପରାଧୀଙ୍କ ଭଳି ତାକୁ ବାହାରକୁ ଛଡାଯାଉନି । କାରଣ ତାର ଇତିହାସ କହୁଛି ସେ ଜଣେ ଧୁରନ୍ଦର ଚୋର । ତେଣୁ ଆଗାମୀ ଦିନରେ ତାର କାର୍ୟ୍ୟକଳାପକୁ ଦେଖି ନିସ୍ପତ୍ତି ନିଆଯିବ । ଆଜି ସକାଳେ ସୁଜି, ତରକାରୀ ଖାଇଛି, ଲଞ୍ଚରେ ଭାତ ଡାଲି, ମିକ୍ସ ତରକାରି ଦିଆଯାଇଛି ।