କନକ ବ୍ୟୁରୋ: ଭାରସାମ୍ୟ ହରାଇ ଘରକୁ ପଶିଲା କାର। ପରିବାରର ଦୁଇ ଜଣ ଆହତ। ସୁବର୍ଣ୍ଣପୁର ବିନିକା ଥାନା ସଂସାମୁରା ଛକରେ ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ବିନିକା ଆଡକୁ ଦ୍ରୁତଗତିରେ ଯାଉଥିଲା ଗାଡି। କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜଗିଛି। ବିନିକା ଥାନା ପୋଲିସ ପହଞ୍ଚିବାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡିକୁ ଖୋଲାଯିବ ବୋଲି ଜଣାପଡିଛି । ପରିବାରର ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us