କନକ ବ୍ୟୁରୋ: ଦୀର୍ଘଦିନ ହେଲା ଚର୍ଚ୍ଚା ହେଇ ଆସୁଥିଲା ଖୁବଶୀଘ୍ର ବଦଳିପାରେ ମୋହନ କ୍ୟାବିନେଟ୍ । କିଛି ବିବାଦୀୟ ମନ୍ତ୍ରୀଙ୍କୁ ହଟାଯିବା ସହିତ, କିଛି ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ।
ଆଜି ସମ୍ବଲପୁର ଗସ୍ତବେଳେ ମନମୋହନ ସାମଲ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି । ମନମୋହନ କହିଛନ୍ତି ଯେ, ନିଗମ ଆଉ ବୋର୍ଡ ପାଇଁ ଏବେ ଯୋଜନା ଚାଲିଛି । ଖୁବଶୀଘ୍ର ସମ୍ବଲପୁର ଜିଲ୍ଲା ସଭାପତି ଚୟନ ହେବ । ହେଲେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ହେବନି ।
ମୋହନ ସରକାରକୁ ଦେଢ଼ ବର୍ଷ ପୂରିଥିଲେ ବି ଏଯାଏଁ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । କିଛି ମନ୍ତ୍ରୀ, ଏକାଧିକ ପୋଷ୍ଟ ମାଡ଼ିବସିଥିଲେ ବି ମନ୍ତ୍ରିମଣ୍ଡଳ ଅଦଳବଦଳ ହେଇନି । ତେଣୁ ଚର୍ଚ୍ଚା ହେଉଥିଲା ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ସହିତ କିଛି ନୂଆ ମୁହଁଙ୍କୁ ସାମିଲ କରିପାରନ୍ତି ମୋହନ ମାଝୀ । ହେଲେ ରାଜ୍ୟ ସଭାପତି କିନ୍ତୁ ସିଧା ସିଧା କହିଦେଇଛନ୍ତି ଯେ, ରାଜ୍ୟରେ ଏବେ ହେବନି ମନ୍ତ୍ରିମଣ୍ଡଳ ଅଦଳବଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/21/cabinet-reshuffle-2025-09-21-12-06-50.jpg)